Breaking News

ବିଜେପିର ସେବା ସପ୍ତାହ ପକ୍ଷରୁ ଖାଦ୍ୟ ବଣ୍ଟନ



ଭଞ୍ଜନଗର--- ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ବେଲଗୁଣ୍ଠା ବ୍ଳକ ର ବିଭିନ୍ନ ପଞ୍ଚାୟତ ରେ ବିଜେପି ପକ୍ଷରୁ  ଗରୀବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ବିଜେପି ର ସେବା କାର୍ଯ୍ୟକ୍ରମ ଜରିଆରେ  ସ୍ଥାନୀୟ ବିଜେପି ନେତା ନୀଳମଣି ବିଷୋୟୀ ଙ୍କ ନେତୃତ୍ବରେ ଗାଙ୍ଗପୁର , ବଙ୍କା ,ନେଟଙ୍ଗା ଓ ପାଇଲିପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗରୀବ ଏବଂ ଅସହାୟ ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା । କରୋନା କଟକଣା ଓ ସଟଡାଉନ୍ ଘୋଷଣା ଯୋଗୁଁ , ଗରୀବ ଓ ଅସହାୟ ପରିବାର ର ଲୋକେ ଖାଦ୍ୟ ସମସ୍ୟା ରେ ଦିନ ବିତାଉଥିବା ବେଳେ , ଏହାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଏଭଳି ଏକ ମହତ୍ କାର୍ଯ୍ୟକ୍ରମ ର ପରିକଳ୍ପନା କରାଯାଇଛି । ଯାହାକୁ କାର୍ଯ୍ୟରେ ପରିଣତ କରିବା ସହ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହ ଖାଦ୍ୟ ବଣ୍ଟନ କରିବା ଏବଂ କରୋନା କଟକଣା କୁ ମାନିବା ପାଇଁ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କୁ ସଚେତନ କରାଇଥିଲେ । କୋଭିଡ୍ ନିୟମ ପ୍ରକାରେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଗାଁ କୁ ଗାଁ ବୁଲି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅଭିଯାନରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଙ୍କ ସମେତ , ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ଙ୍କ ପ୍ରତିନିଧି କେ.ରବିନ୍ଦ୍ର ପାତ୍ର , ରଂଜନ ରାଉତ , ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ , ନେଟଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା , ସମିତି ସଭ୍ୟ ଦେବେନ୍ଦ୍ର ଗୈାଡ ଙ୍କ ସମେତ ବହୁ ବିଜେପି ନେତା ଓ ସମର୍ଥକ ସାମିଲ ହୋଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ,୨/୬/୨୦୨୧ Sakhigopal News 2/6/2021

Blog Archive

Popular Posts