Breaking News

ପରିବେଶ ଦିବସରେ ବୃକ୍ଷ ରୋପଣ

 
 ଭେଡେନ ----ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଅଧିନରେ ଥିବା ଯୁଵାଖୋଲ ଗ୍ରାମ ର ଆଶିଷ ଜ୍ୟୋତିଷ , ସାନନ୍ଦ ଜ୍ୟୋତିଷ, ପ୍ରୀତମ ମିର୍ଦ୍ଧା ପରିବେଶ ଦିବସରେ ପିଲା ମାନଙ୍କୁ ସହିତ  ବୃକ୍ଷ ରୋପଣ କରିଛନ୍ତି। ପିଜୁଲି, ଆମ୍ବ   ବୃକ୍ଷ ଚାରା ରୋପଣ କରିବାର  ଦେଖିବାକୁ ମିଳିଛି । ଆଵାହାନ କାଳରୁ ଶୁଣି ଆସୁଛୁ ଯେ  ବୃକ୍ଷ ହଁ ଜୀବନ  । ଉନ୍ନତ ପରିବେଶ ଉପରେ ଆମର ସୁସ୍ଥ ଜୀବନଯାପନ କରିବାକୁ ହେଲେ ବୃକ୍ଷ ଵହୁ ମାତ୍ର ରୋପଣ କରା ଯିଵା କଥା। ଅଦରକାରୀ ଗଛ ନ ହାଣିବା କଥା।  ପାହାଡ଼ ଜଙ୍ଗଲ କୁ ନିଆଁ ନ ଲଗାଇ ବା କଥା। ପରିବେଶ  ସୁରକ୍ଷା ହିଁ ମାନଵ ସମାଜର ସୁରକ୍ଷା। ପରିବେଶ ସୁରକ୍ଷା ବିନା ମାନଵ ସମାଜ, ଜୀବଜନ୍ତୁ ତଥା ଵୃକ୍ଷଲତା ଆଦିର ସ୍ଥିତ ଅସମ୍ଭବ । ଏହାର ପ୍ରତିକାର ନ କରାଗଲେ ଏ ବିଶାଳ ପୃଥିବୀ ଏକ ପଙ୍ଗୁ  ଅବସ୍ଥାରେ ପହଞ୍ଚିବ ।ଆଜି ସମସ୍ତେ ସପଥ ନେବା ବୃକ୍ଷ ଗୋଟିଏ ଗୋଟିଏ ରୋପଣ କରିବା ଏବଂ ତା'ର ଦାୟିତ୍ଵ ନେବା ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୫/୬/୨୦୨୧  Sakhigopal News,5/6/2021

Blog Archive

Popular Posts