Breaking News

ଅଥରପନ୍ତର ଗ୍ରାମରେ ମନ୍ଦିର ଓ ମା ଜାଗ୍ରତପ୍ରହରୀ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ


 ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟ ଅଥରପନ୍ତର ଗ୍ରାମରେ ତିନିଦିନ ଧରି ସ୍ରୋତିୟ ବାହ୍ମଣ ମାନଙ୍କୁ ଦ୍ୱାରା ଯଜ୍ଞ ଓ ମା ଜାଗ୍ରତପ୍ରହରୀଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିନିଦିନ ଧରି ଗ୍ରାମରେ ଆମିଷ ନିଷେଧ କରାଯିବା ସହ ହବିଷାନ୍ନରେ ରହିଥିଲେ । ଗ୍ରାମର ସମସ୍ତଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ଘଟ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଅଙ୍କୁରାରୋପଣ, ଜଳଯାତ୍ରା, ମଣ୍ଡଳାଧିକରଣ, ମନ୍ଦି, ପୂଜନ, ସହିତ ମା ଜାଗ୍ରତପ୍ରହରୀ ବିଗ୍ରହଙ୍କୁ ମହାସ୍ନାନ, ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଗ୍ରାମର ବାଞ୍ଚାନିଧି ମାଝୀ କର୍ତ୍ତା ଭାବେ କାର୍ଯ୍ୟତୁଳାଇଥିଲେ । ସତ୍ୟନାରାୟଣ ତ୍ରିପାଠୀ, ପ୍ରଦୀପ କୁମାର ତ୍ରିପାଠୀ, ସୁଦର୍ଶନ ଷଡଙ୍ଗୀ, ସନ୍ତୋଷ ତ୍ରିପାଠୀ, ବୁନୁ ଷଡଙ୍ଗୀ, ଗଦାଧର ପାଢ଼ୀ, ବାଦଲ ଦାଶ ଓ ଶାନ୍ତି ସ୍ୱରପ ଦାଶ  ଯଜ୍ଞକାର୍ଯ୍ୟ ତୁଲାଇଥିଲେ । ମାଙ୍କ ବିଗ୍ରହ ଗ୍ରାମ ପରିକ୍ରମା କରିବା ପରେ ନୂତନ ମନ୍ଦିରକୁ ପ୍ରବେଶ କରିଥିଲେ । ଯଜ୍ଞର ପୂର୍ଣ୍ଣାହୁତି ଦେଖିବା ପାଇଁ ଭକ୍ତ ମାନେ କୋଭିଡ ଗାଇଡି ଲାଇନି ପାଳନ କରି ମାଙ୍କୁ ଦର୍ଶନ କରିଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୬/୨୦୨୧---୧୦,୨୫  Sakhigopal News, 5/6/2021

Blog Archive

Popular Posts