ସତ୍ୟବାଦୀରେ ପୁଣି ବଦଳିଲା ଟୀକା କରଣ କେନ୍ଦ୍ର
ସାକ୍ଷୀଗୋପାଳ ---- ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଟୀକା କରଣ କେନ୍ଦ୍ର ପୁଣି ପରିବର୍ତ୍ତନ କରାଯାଇଛି । ଶୁକ୍ରବାର ଦିନ 9 ଶହ ଜଣଙ୍କୁ ଚାରେଟି ସ୍ଥାନରେ ଟୀକା କରଣ କରାଯିବା ପାଇଁ ସ୍ଥିର କରାଯାଇଛି । ୪୫ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କ ପାଇଁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯାଉଛି । ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଟୀକା କେନ୍ଦ୍ର କରାଯାଉଛି । ବଳରାମପୁରଗଡ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୨୫୦ ଜଣଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଥିବା ବେଳେ ପାଣିଛତ୍ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହୁରା ୨୫୦ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳରେ ୧୫୦ଶହ ଜଣ ଓ ବରାଳ ୟୁ, ଜି, ଏମ. ଇ ସ୍କୁଲ ୧୫୦ ଜଣଙ୍କୁ ଟୀକା ପ୍ରଦାନ କରାଯିବା ପାଇଁ ନିସ୍ପତି ହୋଇଥିବା ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୬/୨୦୨୧
Sakhigopal News, 4/6/2021