Breaking News

ଚାଞ୍ଚଡାପଲ୍ଲୀରେ କରୋନା ସଚେତନତା


କୁକୁଡ଼ାଖଣ୍ଡି.  ରାଜ୍ୟ ରେ କରୋନାର ଦ୍ବିତୀୟ ଲହର ଗ୍ରାସ କରିଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ କାୟା ମେଲାଉଛି କରୋନା । ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି କିନ୍ତୁ କମିବାର ନାମ ନେଉନାହିଁ । ଏଥିନିମନ୍ତେ ବର୍ତ୍ତମାନ
ମହାମାରୀ କରୋନାକୁ ହରେଇବା ଉଦ୍ଦେଶ୍ୟ ନେଇ ଲୋକମାନଙ୍କୁ ସଚେତନା କରିବା ନିମନ୍ତେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏହି ସଚେତନତା ରଥ ଗୁରୁବାର ଦିନ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମର ପଞ୍ଚାୟତ ଅଧିନରେ ଥିବା ବରପଲ୍ଲୀ, ବନ୍ଥପଲ୍ଲୀ ଓ ଚାଞ୍ଚଡାପଲ୍ଲୀ ଗାଁ ପରିସରରୁ  ଏହି ରଥ ବାହାରିଛି। ଏହି ସଚେତନତା ରଥ ବ୍ଲକର ୨୨ ଟି ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗାଁ କୁ ଗାଁ ବୁଲି ସଚେତନ କରିବା ସହ କୁକୁଡ଼ାଖଣ୍ଡି ବ୍ଲକବାସୀ କିପରି ଏହି କରୋନା ମହାମାରୀରୁ ରକ୍ଷା ପାଇବେ ସେଥିନିମନ୍ତେ ସଚେତନତା ରଥ ମାଧ୍ୟମରେ  ସଚେତନତା କରାଯାଇଥିଲା ।  ପ୍ରତ୍ୟେକ ବ୍ୟକ୍ତି ଯଦି କୌଣସି କାର୍ଯ୍ୟରେ ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିଵେ , ସାମାଜିକ ଦୂରତା ରକ୍ଷା କରିବେ , ଯଦି କୌଣସି ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଯାଏ ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଅଙ୍ଗନବାଡ଼ି କିମ୍ବା ସ୍ଵାସ୍ଥ୍ୟ କର୍ମୀଙ୍କୁ ଜଣାଇବା ପାଇଁ ସମସ୍ତଙ୍କୁ ସଚେତନତା କରାଯାଉଛି  ।  ଏଥିନିମନ୍ତେ ସରକାରଙ୍କ ପକ୍ଷରୁ କଣ ସୁବିଧା ରହିଛି ସେ ନେଇ ଗ୍ରାମବାସୀଙ୍କୁ ସଚେତନତା କରାଯାଉଛି । ଏହି ରଥକୁ ବିଡ଼ିଓ ଗଦାଧର ପାତ୍ର, କୁକୁଡ଼ାଖଣ୍ଡି  ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ ପରିସରରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ  କରିଥିଲେ ।   ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ, ସମିତି ସଭ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ଅଟଳ ବିହାରୀ ପ୍ରଧାନ, ପ୍ରଭାତି ସ୍ୱାଇଁ, ସୁଜାତା ଗୌଡ, ବାସନ୍ତୀ ମଲିକ, ସରିତା ପାଲଟାସିଂ, ଇ.ରାଜେଶ୍ୱରୀ ,ସ୍ନେହଲତା ପଟ୍ଟନାୟକ, ଲିଲି ବିଷୋୟୀ, ମାମି ଭ୍ୱଁୟା, ବାପୁଜୀ ଗୌଡ ପ୍ରମୁଖ ସହଯୋଗ କରିଥିଲେ । ଭାରତ ନିଲା ମାଧ୍ୟମରେ ବାବୁଲା ଭୂୟାଁ ଓ କୁନି ପ୍ରଧାନଙ୍କ ମାଧ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୧୫/୬/୨୦୨୧-----୨,୧୦ 
 Sakhigopal News, 15/6/2021

Blog Archive

Popular Posts