ସଲପତଇଲା ଗ୍ରାମ ନିକଟ ଜଙ୍ଗଲରେ ବନମହୋତ୍ସବ ଓ ବୃକ୍ଷରୋପଣ
କୁଲାଡ---,ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅଧିନ ତାରସିଂ ସେକସନର ସଲପତଇଲା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଗୁରୁବାର ବନମହୋତ୍ସବ ଓ ବୃକ୍ଷ ରେପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇଙ୍କ ନିର୍ଦେଶ କ୍ରମେ ତାରସିଂ ବନାଞ୍ଚଳ ଅଧିକାରୀ ଆଶାଲତା ଦିଗାଲଙ୍କ ନେତୃତରେ ବନପାଳ ଦିଲ୍ଲୀପ କୁମାର ଦାସ ବନରକ୍ଷୀ ପ୍ରମୋଦୀନି ପ୍ରଧାନ ଓ ବନସୁରକ୍ଷା ସମିତିଙ୍କ ସହଯୋଗରେ ବନମହୋତ୍ସବ ପାଳିତ ହେବା ସହ ବୃକ୍ଷରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ତାରସିଂ ସରପଞ୍ଚଙ୍କ ପ୍ରତିନିଧି ଜିତୁ ପ୍ରଧାନ କୋକଳବା ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ,ବନ ସୁରକ୍ଷା ସମିତିର ସଭାପତି ଉଦୟ ଯାନୀ ଓ କୋଷାଧ୍ୟକ୍ଷ ପାଣୁ ଯାନୀ ଉପସ୍ଥିତିରେ ଏହି ବୃକ୍ଷରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା।ଉପସ୍ଥିତ ଥିବା ଅତିଥିମାନେ କହିଛନ୍ତି ଜନ ସାଧାରଣଙ୍କୁ ଜଳବାୟୁ ପରିବର୍ତ୍ତନ କୁ ରୋକିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ କରି ତାହାର ଯତ୍ନ ନେବା ଆବଶ୍ୟକ ବୋଲି ମତ ଦେଇ ସଚେତନତ କରିଥିଲେ ା ଏହି ଅବସରରେ ସ୍ବେଚ୍ଛାସେବୀ ଙ୍କ ସହ ଉପସ୍ଥିତ ରହି ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଅବସରରେ ବିଭିନ୍ନ କାର୍ଯ୍ୟ କ୍ରମରେ ସ୍ବାତୀ ଏନ୍.ଜି.ଓର ଲିଲି ବେହେରାଙ୍କ ସହିତ ଅନ୍ୟ କର୍ମକର୍ତ୍ତା ମାନେ ମଧ୍ୟ ଅଂଶ ଗ୍ରହଣ କରି ବୃକ୍ଷ ରୋପଣରେ ସହାୟତା କରିଥିଲେ । ବନ କର୍ମଚାରୀ, ବନରକ୍ଷୀ ମାନେ ବୃକ୍ଷ ଯୋଗାଇ ବୃକ୍ଷର କିପରି ସୁରକ୍ଷା କରିବେ ତାହାର କୌଶଳ ଶିଖାଇଥିଲେ । ଏହି ଅବସରରେ ବନ ବିଭାଗ ସହାୟତାରେ ପ୍ରସ୍ତୁତ ସଚେତନତା ମୂଳକ ଗୀତର ତାଳେ ତାଳେ କିଛି ଛାତ୍ରୀ ନୃତ୍ୟ ପରିବେଷଣ କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ, ୧/୭/୨୦୨୧--୪,୦୦ Sakhigopal News, 1/7/2021