Breaking News

କୁଆପଥର ସହ ବର୍ଷା


 ଭଦ୍ରକ---- ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟାଇ ରବିବାର ଅପରାହ୍ନରେ କିଛି ସମୟ ପାଇଁ ବର୍ଷା ହୋଇଛି । ଝାଇଁ ଝାଇଁ ଖରା ସାଙ୍ଗକୁ ଗୁଳୁଗୁଳି ଗରମରୁ ରକ୍ଷା ପାଇବା ପାଇଁ ଜୀବଜଗତ ଠାରୁ ବୃକ୍ଷଲତା ସବୁ ଚାତକପରି ଚାହିଁ ରହିଥିଲେ ବୁନ୍ଦେ ବର୍ଷା ଜଳକୁ । ବିଳମ୍ବରେ ହେଉ ପଛେ ଇନ୍ଦ୍ରଦେବ ଡାକ ଶୁଣିଛନ୍ତି । ଦୀର୍ଘ ଦିନ ପରେ ଆଜି ଭଦ୍ରକ ସହରରେ କୁଆ ପଥର ସହ ବର୍ଷା ହେବାର ଦେଖିବାକୁ ମିଳିଛି । ଜନ ଜୀବନ ଗୁଳୁ ଗୁଳି ଗରମରେ ଅସ୍ତ ବ୍ୟସ୍ତ ହେଉଥିବା ବେଳେ ଆଜି ଅପରାହ୍ନରେ ହଠାତ ବିଜୁଳି ଘଡଘଡି ସହ କୁଆ ପଥର ବର୍ଷା ହୋଇଥିଲା । ଯାହାଫଳରେ ବାୟୁମଣ୍ଡଳ ଥଣ୍ଡା ପଡ଼ିଯାଇଥିଲା ଏବଂ ଗରମରୁ ଟିକେ ଆସ୍ୱସ୍ତି ମିଳିଥିଲା । 
ଭଦ୍ରକରୁ ପ୍ରମୋଦ ନାୟକ, ୫/୪/୨୦୨୧----୬,୧୦

Blog Archive

Popular Posts