ନରେନ୍ଦ୍ରପୁର ଗ୍ରାମର ବୟେଜ୍ୟେଷ୍ଠଙ୍କର ମୃତ୍ରୁ
ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଚଉଦଗୁଣ୍ଠ ଗ୍ରାମର ବଳଭଦ୍ର ମହାପାତ୍ରଙ୍କର ୭୪ ବର୍ଷରେ ପରଲୋକ ହୋଇଯାଇଛି । ସେ ଅନେକ ଦିନ ଧରି ବାଦ୍ଧକ ଜନିତରେ ଚିକିତ୍ସା ହେଉଥିଲେ । ସେ ଜଣେ ଧର୍ମ ପରାୟଣ , ମିଠାଭାଷୀ, ପରୋପକାରୀ ଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ପକ୍ଷେ ବଳଭଦ୍ରଙ୍କ ପୁତୁରା ବସନ୍ତ ମହାପାତ୍ର ସୁରଟରେ କାର୍ଯ୍ୟରତ ଥିବା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ଆଜିକି ତାଙ୍କର ୯ ଦିନ ହୋଇଥିବା ବେଳେ ଦାଦାଙ୍କର ମୃତ୍ୟୁ ହୋଇଯାଇଛି । ଯାହାକି ଗୋଟିଏ ଘରୁ ୯ ଦିନରେ ଦୁଇଜଣ ମୁରବୀ ଶ୍ରେଣୀର ଲୋକ ଚାଲିଗଲେ । କରୋନା ଆଇନ ଅନୁଯାୟୀ ବଳଭଦ୍ରଙ୍କୁ ଗ୍ରାମ ମଶାଣିରେ ଶବଦାହ କରାଯାଇଛି । ନରେନ୍ଦ୍ରପୁର ସମିତି ସଭ୍ୟ ପ୍ରଶାନ୍ତ ମହାପାତ୍ରଙ୍କ ଦାଦା ଓ ଭାଇ ହେବେ । ଏହି ଖବର ପାଇବା ପରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ଗ୍ରାମ ବିଜେଡି ସଭାପତି ଚନ୍ଦ୍ରମଣି ଜେନା ଅମରଆତ୍ମାର ସଦଗତି କାମନା କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୧