ସତ୍ୟବାଦୀରେ ୧୮୩ଜଣ ପଜେଟିଭ ଚିହ୍ନଟ
ସାକ୍ଷୀଗୋପାଳ----- ରାଜ୍ୟରେ ଦ୍ୱତୀୟ ଲହର କରୋନା ପଜେଟିଭଙ୍କ ସଂଖ୍ୟା ବଡିବାରେ ଲାଗିଛି । ସତ୍ୟବାଦୀ ବ୍ଳକରେ ମଙ୍ଗଳବାର ଦିନ ୯ ଜଣ ନୂତନ କରୋନା ପଜେଟିଭି ଚିହ୍ନଟ ହୋଇଥିବା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ. ବିଶ୍ୱଜିତି ମିଶ୍ରଙ୍କ ଠାରୁ ସୂଚନା ମିଳିଛି । ଆସନ୍ତା କାଲି ୧୭୪ଜଣ ରହିଥିବା ବେଳେ ଆଜି ଏହି ୯ ଜଣଙ୍କୁ ମିଶାଇ ମୋଟ ୧୮୩ଜଣ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ରାତିରେ ବଡିପାରେ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୪/୨୦୨୧---୯,୦୦