Breaking News

ଡାକ୍ତରଙ୍କ ଅବହେଳାରୁ ସ୍ୱାମୀର ମୃତ୍ୟୁ ବୋଲି ଥାନାରେ ଅଭିଯୋଗ କଲେ ସ୍ତ୍ରୀ



 -ଡେଲାଙ୍ଗ----- ଡେଲାଙ୍ଗ ଥାନା ଅନ୍ତର୍ଗତ ରାଡୁଅ ଗ୍ରାମର  ମହିଳା ସିତୁନି ଜେନା ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ଡାକ୍ତରଙ୍କ ଅବହେଳା ଯୋଗୁ ତାଙ୍କ ସ୍ୱାମୀ ଚଗଲା ଜେନାଙ୍କର ମୃତ୍ୟୁ ହୋଇଛି ।  ସୁଚନାଯୋଗ୍ୟ ଯେ ୫ ତାରିଖରେ ଚଗଲା ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଥଣ୍ଡା, କାଶ ଓ ଜ୍ୱର ଲାଗି ରହିଥିଲା । ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା ।ଏଠାରେ କୋଭିଡ ପରୀକ୍ଷା କରାଯିବା ସହ ଓøଷଧ ଖାଇବାକୁ ଦିଆଯାଇଥିଲା ।  ଏବଂ ଚଗଲାଙ୍କ ରକ୍ତ ସଂଗ୍ରହ କରାଯାଇ ଟେଷ୍ଟ କରିବା ପାଇଁ ବହାରକୁ ପଠାଯାଇଥିଲା । ରିର୍ପୋଟ ନ ଆସିବା ଅଗାରୁ ଚଗଲାଙ୍କର ମୃତ୍ୟୁ ହୋଇଯାଇଛି । ସିତୁନି ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ କୋଭିଡ ମେଡିକାଲକୁ ନିଆଗଲା ନାହିଁ କି ସଠିକ କୋଭିଡ ମେଡିସିନ ଦିଆ ନ ଯିବାରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷେ ଡେଲାଙ୍ଗ ଡାକ୍ତର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କର ରକ୍ତ ପରୀକ୍ଷା ପାଇଁ ଯାଇଛି ରିର୍ପୋଟ ଆସି ନାହିଁ ତେଣୁ ସେ କରୋନାରେ ଆକ୍ରାନ୍ତ କି ନାହିଁ କହିବା ସମ୍ଭବପରନୁହେଁ ବୋଲି କହିଛନ୍ତି । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୪/୨୦୨୧----୬,୩୦

Blog Archive

Popular Posts