Breaking News

ସାକ୍ଷୀଗୋପାଳ ମନ୍ଦିରକୁ ଭକ୍ତଙ୍କୁ ମନା


 ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାରେ କରୋନା ମହାମାରୀ ହୁହୁ ହୋଇ ବଡିବାରେ ଲାଗିଛି । ପ୍ରତିଦିନ ୨୦ରୁ ୩୦ ଜଣ କରୋନା ପଜେଟିଭ ଚିହ୍ନଟ ହେଉଛନ୍ତି । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ମନ୍ଦିର ଖୋଲା ରହିଥିବାରୁ ଲୋକମାନଙ୍କର ଗହଳି ଚହଳି ଲାଗି ରହୁଥିଲା । ବିଶେଷ କରି ଠାକୁରଙ୍କ ଆଳତି ଦେଖିବା ପାଇଁ ମନ୍ଦିରରେ ବହୁତ ଗହଳି ପରିଲକ୍ଷିତ ହେଉଥିଲା । ଏହାକୁ ନଜର କରି ଆଜି ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ ଓ ବିଡିଓ କ୍ଷୀରୋଦ କୁମାର ବେହେରା ମଙ୍ଗଳବାର ଠାରୁ ମନ୍ଦିରକୁ କୌଣସି ଭକ୍ତ ଯିବାକୁ ରୋକ ଲଗାଇଛନ୍ତି । କେବଳ ଯେଉଁମାନଙ୍କର ସେବାଥିବ ସେମାନେ ମନ୍ଦିରକୁ ଯାଇ ପାରିବେ । ଠାକୁରଙ୍କର କେବଳ ନୀତିକାନ୍ତି କରାଯିବ । ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛିବୋଲି ତହସିଲଦାର ଶ୍ରୀ ନାୟକଙ୍କ ଠାରୁସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୪/୨୦୨୧----୧୦,୦୦

Blog Archive

Popular Posts