ଲାୟନ୍ସ କ୍ଲବ ପକ୍ଷରୁ ରାସନ ସାମଗ୍ରୀ ଓ ମେଡ଼ିସିନ ପ୍ରଦାନ
ଭେଡେନ ----ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ଗ୍ରାମ ର ବିଭଷଣ ବାଗ( ୬୫ ) ।ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ରହିଛନ୍ତି। ଗରିବ ନିସହାୟ ଅସହାୟ । ତାଙ୍କର ଦେଖାଶୁଣା କରିବାକୁ କେହି ନାହାନ୍ତି। ଆଗରୁ କୁଲି ମଜୁରୀ କରି କୌଣସି ପ୍ରକାରରେ ଚଳି ଯାଉଥିଲେ। ଏବେ ବୟସ ର ଅପରାହ୍ନରେ ଚଳିବା କଷ୍ଟକର ହୋଇପଡୁଛି । ଖବର ପାଇ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ, ଥୁଆପାଲି ର ସଦସ୍ୟମାନେ ତାଙ୍କ ଘରକୁ ଯାଇ ଏକ ମାସ ପାଇଁ ରାସନ ସାମଗ୍ରୀ ସହିତ ଔଷଧ ପ୍ରଦାନ କରିଛନ୍ତି । ଏଥିରେ ଲାୟନ୍ସ କ୍ଲବ ର ସଭାପତି ଲାୟନ୍ସ ରଶ୍ମୀ ରଞ୍ଜନ ପାଢ଼ୀ, ସୁନୀଲ ଅଗ୍ରୱାଲ, ସନ୍ତୋଷ ପ୍ରଧାନ, କୁଶ ପ୍ରଧାନ, ଶଙ୍କର ପ୍ରସାଦ ଅଗ୍ରୱାଲ ,ବିକାଶ ମେହେର, ସନ୍ତୋଷ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମ ର ଅବସରପ୍ରାପ୍ତ ଷ୍ଟେଟବ୍ଯାଙ୍କ କର୍ମଚାରୀ ଗଙ୍ଗାଧର ମେହେର ଉପସ୍ଥିତ ଥିଲେ। ଆଗକୁ ଏପରି ଅସହାୟ ଓ ଗରିବ ପରିବାର ମାନଙ୍କୁ ସହଯୋଗ କରିବା ପାଇଁ ଲାୟନ୍ସ କ୍ଲବର ସଦସ୍ୟ ମାନେ କହିଥିଲେ। ସରକାରଙ୍କ ପକ୍ଷରୁ ରୋଗୀ ଓ ଅସହାୟ ବିଭଷଣ ଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀୀଙ୍କ ପକ୍ଷରୁ ଦାବୀ କରିଛନ୍ତି । ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୪/୨୦୨୧---୯,୧୫