Breaking News

ସାକ୍ଷୀଗୋପାଳ ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ଲାଗିଲା କଟକଣା


 ସାକ୍ଷୀଗୋପାଳ ------- ପୁରୀ ଜିଲ୍ଲାର ଦୁତୀୟ ବୈଷ୍ଠବକ୍ଷେତ୍ର ଭାବେ ସାକ୍ଷୀଗୋପାଳ ବେଶ ଜଣାଶୁଣା । ରାଜ୍ୟରେ ଦୁତୀୟ କରୋନା ଲହର ଯୋଗୁ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ଠାକୁରଙ୍କ ଠାରୁ ଦୁରେଇ ରଖିଛି ଭକ୍ତଙ୍କୁ । ଦ୍ୱତୀୟ ଲହର କରୋନା ଆଣିଛି ଭଗବାନ ଓ ଠାକୁରଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା । ପୁରୀ ଜିଲ୍ଲାପାଳ ସମସ୍ତ ଧର୍ମ ଅନୁଷ୍ଠାନ ଗୁଡିକ ମଇ  ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସାକ୍ଷୀଗୋପାଳ ମନ୍ଦିର ଖୋଲା ରହିବା ସହ ସକାଳେ ଠାକୁରଙ୍କ ଆଳତି ଦେଖିବା ପାଇଁ ମନ୍ଦିରରେ ବହୁତ ଗହଳି ପରିଲକ୍ଷିତ ହେଉଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ ଓ ବିଡିଓ କ୍ଷୀରୋଦ କୁମାର ବେହେରା ମଙ୍ଗଳବାର ଠାରୁ ମନ୍ଦିରକୁ କୌଣସି ଭକ୍ତଙ୍କୁ ଯିବାକୁ ମନା କରିଛନ୍ତି । କେବଳ ସେବାୟତ ମାନେ ମନ୍ଦିରକୁ ଯାଇ ପାରିବେ । ଠାକୁରଙ୍କର ସମସ୍ତ ନୀତିକାନ୍ତି କରାଯିବ । ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛିବୋଲି ତହସିଲଦାର ଶ୍ରୀ ନାୟକଙ୍କ ଠାରୁସୁଚନା ମିଳିଛି । ଅନ୍ୟ ପକ୍ଷେ ସକାଳୁ କିଛି ସମୟ ପାଇଁ ସାକ୍ଷୀଗୋପାଳ ମନ୍ଦିର ମଧ୍ୟକୁ ଭକ୍ତଙ୍କୁ ବାରଣ କରାଯିବା ଯାଇଥିଲା । ପରେ ଭକ୍ତ ମାନେ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥିବାର ଜଣାପଡିଛି । ଯାହାକି ସାକ୍ଷୀଗୋପାଳରେ ମନ୍ଦିରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିରି କରିବା ସହ  କରୋନାକୁ ଫୁ କରାଯାଉଛି ବୋଲି ବେଶ ଆଲେଚନା ହେଉଛି । 

ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି, ୨୭/୪/୨୦୨୧---୮,୫୦

Blog Archive

Popular Posts