ଡେଲାଙ୍ଗରେ ଯୂବ ସାମ୍ବାଦିକଙ୍କୁ ଆକ୍ରମଣ; ଡେଲାଙ୍ଗ ସାମ୍ବାଦିକ ମାନେ ଘଟଣାକୁ ନିନ୍ଦା , ତୁରନ୍ତ ଅଭିଯୁକ୍ତ ଗିରଫ ଦାବି
ଡେଲାଙ୍ଗ ---- ଡେଲାଙ୍ଗର ଜଣେ ଯୁବ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ ଜିବନରେ ମାରି ଦେବାକୁ ଉଦ୍ଦ୍ୟମ କରିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାକୁ ଡେଲାଙ୍ଗର ସାମ୍ବାଦିକ ମାନେ ଘୋର ନିନ୍ଦା କରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୁରୀ ଏସପିଙ୍କୁ ନିବେଦନ କରିଛନ୍ତି । ନଚେତ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ । ସୁଚନାଯୋଗ୍ୟ ଯେ ଡାକପଡା ଗ୍ରାମର ଗଗନ ଖଟୋଇ ନିୟୁଜ ୬ ଓଡିଆ ର ପ୍ରତିନିଧି ଭାବେ କାର୍ଯ୍ୟରତ । ଅପରାହ୍ନରେ ଡାକପଡା ସ୍କୁଲ ଛକ ନିକଟରେ ମଟର ସାଇକେଲ ଧରି ଠିଆ ହୋଇଥିବା ବେଳେ ବାଙ୍କେଶ୍ୱରୀ ଯୁବକ ସଂଘର ସଭାପତି କୁବେର ଖଟୋଇଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ପୁଅ ନିରଞ୍ଜନ ଖଟୋଇ( ୩୫) , ଧିରେନ ଖଟୋଇ (୨୫)ଙ୍କ ସହିତ କୁବେରଙ୍କ ଭାଇ ବନମାଳି ଖଟୋଇ ( ୪୮) ଓ ତାଙ୍କ ପୁଅ ଦିପ୍ତିରଞ୍ଜନ ଖଟୋଇ (୨୨) ମିଳିତ ଭାବେ ଲୁହା ପାଇପି ରେ ଜୀବନରେ ମାରିଦେବା ପାଇଁ ମିଳତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ସମୟରେ ଗାଁରେ ନେତାହୋଇଛୁ , ଏଥର ଛାଡିଦେଲୁ ଆଉ ଥରେ ଯଦି ବାଙ୍କେଶ୍ୱରୀ ଯୁବକ ସଂଘ ବିଷୟରେ ଆରଟିଆଇରେ ସୁଚନା ମାଗୁ ବା ମୁଣ୍ଡ ଖେଳାଉ ତା ହେଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ । ସେମାନଙ୍କ ଠାରୁ ଗ୍ରାମର କିଛି ଲୋକମାନେ ମତୋ ରକ୍ଷା କରିଥିଲେ । ନଚେତ ସେମାନେ ଆଜି ଜୀବନରେ ମାରି ଦେଇଥାନ୍ତେ । ସୁଚନାଯୋଗ୍ୟ ଯେ ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ କୋଠଘର ନେଇ ସେଠାରେ ଅନୁଷ୍ଠାନ କରି ଲକ୍ଷାଧିକ ଟଙ୍କା ଭଡା ସୁତ୍ରରେ ସରକାରଙ୍କ ଠାରୁ ଆଣିଛି । ମାତ୍ର ଗ୍ରାମ କୋଠକୁ ଟଙ୍କା ଟିଏ ଦେଉନଥିବାରୁ ଗଗନ ଖଟୋଇ ଏହା ଜାଣିପାରି ଆରଟିଆଇ ସୁଚନା ବଳରେ ମାଗିବା ପରେ ସମସ୍ତ ଜାଲିଆତି ଘଟଣା ଜଣାପଡିଥିଲା । ଏ ସମ୍ପର୍କରେ ଥାନା ଅଧିକାରୀ ସମସ୍ତ ଘଟଣା ଜାଣିଛନ୍ତି । ଏପରିକି ଥାନାରେ ଓ ଭଦ୍ରଲୋକଙ୍କ ଉପସ୍ଥିତିରେ କିଛି ଟଙ୍କା ମଧ୍ୟ ଗ୍ରାମ କୋଠକୁ ଦେଇଥିଲେ । ଏବଂ ବାକି ଟଙ୍କା ଦେବାପାଇଁ ସମୟ ନେଇଥିଲେ । ସମୟ ଯିବା ପରେ ଟଙ୍କା ନ ଦେବାରୁ ଗ୍ରାମ କୋଠ କମିଟି ଏ ସମ୍ପର୍କରେ ଥାନାରେ ଜଣାଇଥିଲେ । ମାତ୍ର ପୁଲିସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସପକ୍ଷରେ ରହିବା ପରେ ଗ୍ରାମରେ ଚାପ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ଯୁବ ସାମ୍ବାଦିକଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତିଙ୍କ ପରିବାର ସଦସ୍ୟ ମାନେ ଆକ୍ରମଣ କରିବାକୁ ସାହାସ ପାଇଛନ୍ତି ବୋଲି ଡେଲାଙ୍ଗରେ ବୁଦ୍ଧିଜିବୀ ମାନେ ଆଲେଚନା କରୁଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୦/୪/୨୦୨୧----୮,୨୦