ପୂର୍ବ ଶ୍ରତୁତାକୁ ନେଇ କଟୁରୀରେ ଆକ୍ରମଣ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମଧୁବନ ଗ୍ରାମର ବିଜୟ ଭୋଇଙ୍କୁ ସେହି ଗ୍ରାମର ରାଜ କିଶୋର ଭୋଇ ପୂର୍ବ ଶ୍ରତୁତାକୁ ନେଇ କଟୁରୀରେ ଆକ୍ରମଣ କରିଥିବା ଜଣାପଡିଛି । ବିଜୟଙ୍କ ପାଟିଶୁଣି ପରିବାର ଲୋକମାନେ ପଳାଇ ଆସିବାରୁ ରାଜ ଘଟଣା ସ୍ଥଳରୁ ପଳାଇ ଯାଇଥିଲା । ବିଜୟଙ୍କୁ ପରିବାର ଲୋକମାନେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆଣିଥିଲେ । ସତ୍ୟବାଦୀ ଥାନାରେ ବିଜୟଙ୍କୀ ସ୍ତ୍ରୀ ରେଣୁ ଭୋଇ ଲିଖିତ ଅଭିଯୋଗ କରିଛନ୍ତି । ସତ୍ୟବାଦୀ ପୁଲିସ ଅଭିଯୋଗ ପାଇବା ପରେ ୧୭୩/୨୧ରେଏକ ମାମଲା ରୁଜ କରି ତଦନ୍ତ ଜାରି ରହିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୧----୫,୫୦