Breaking News

ଜମି ବିକିବା ନାମରେ ଟଙ୍କା ଲୁଟ

 ସାକ୍ଷୀଗୋପାଳ----- ସାନଭୀମଦାସପୁର ଗ୍ରାମର ଗୌରାଙ୍ଗ ଚରଣ ମହାପାତ୍ର ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ଯେ  ଜମି ବିକିବ ବୋଲି ଅଗ୍ରୀମ ଟଙ୍କା ନେଇ ଏବେ ଜମି ଦେଉନାହାନ୍ତି । ସୁଚନା ଯୋଗ୍ୟ ଯେ ସେହି ଗ୍ରାମର ରମେଶ ଚନ୍ଦ୍ର ପଣ୍ଡା ନିଜର ଜମି ବିକିବା ପାଇଁ ଗୌରାଙ୍ଗଙ୍କ ଠାରୁ ୧.୮୦ ହଜାର ଟଙ୍କା ଷ୍ଟାପ ପେପରରେ ଲେଖା ପଡା କରି ନେଇଥିଲେ । କିଛି ଦିନ ପରେ ଗୌରାଙ୍ଗ ଜମି ରେଜେଷ୍ଟି କରିବା ପାଇଁ କହିବାରୁ ରମେଶ ଶୁଣିନଥିଲେ । କୌଣସି ଉପାୟ ନ ପାଇ ଗୌରାଙ୍ଗ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ରମେଶ ଥାନାରେ ଭଦ୍ରଲୋକଙ୍କ ମାଧ୍ୟମରେ ଆଲେଚନା କରି ଟଙ୍କା ନେବାକଥା ମାନିବା ସହ ୪୦ ହଜାର ଟଙ୍କା ଫେରାଇଥିଲା । ଅବଶିଷ୍ଟ ଟଙ୍କା ଫେରାଇବା ପାଇଁ ସମୟ ନେଇଥିଲେ । ସମୟ ସରିଯିବା ପରେ ଗୌରାଙ୍ଗ ଟଙ୍କା ମାଗିବାରୁ ରମେଶ ଶୁଣିନଥିଲେ । ଗୌରାଙ୍ଗ ପୁର୍ନବାର ଥାନାରେ ଅଭିଯୋଗ କରିବା ପରେ ସତ୍ୟବାଦୀ ପୁଲିସ  ଏକ ମାମଲା ରୁଜ କରିବା ସହ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୪/୨୦୨୧----୫,୩୦ 

Blog Archive

Popular Posts