ବିନା ଭକ୍ତରେ ଶେଷ ହେଲା ଦୟଣାଚୋରୀ ମେଳଣ
ଡେଲାଙ୍ଗ----- ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆରେ ଦୟଣାଚୋରୀ ମେଳଣ ବା ଘୋରଡିଆ ମେଳଣ ବିନା ଭକ୍ତରେ ଶେଷ ହୋଇଯାଇଛି । ବିଷ୍ଣୁଦମନକ ଚତୁର୍ଦ୍ଦଶୀ ଅର୍ଥାତ ସୋମବାର ରାତିରେ ଏହି ମେଳନ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା ଯୋଗୁ ରାଜ୍ୟ ସରକାର ସମସ୍ତ ଜାନିଯାତ୍ରା , ସଭା ସମିତି ସବୁ ବନ୍ଦ କରି ଦେଇଛନ୍ତି । ଜନସମାଗମକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସମସ୍ତ ପର୍ବପର୍ବାଣୀ ଉପରେ ରୋକ ଲଗାଇଛନ୍ତି । ଏହାକୁ ନଜରକିର ଡେଲାଙ୍ଗ ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲା ପ୍ରସିଦ୍ଧ ଦୟଣାଚୋରୀ ମେଳନ ପୂଜା କମିଟି ସହିତ ଆଲେଚନା କରାଯାଇ ଏ ବର୍ଷ ମେଳନ କରାଯିବ ଅର୍ଥାତ କେବଳ ଠାକୁରଙ୍କ ନୀତି କାନ୍ତି କରାଯିବ ବୋଲି ବୈଠକରେ ନିସ୍ପତି କରାଯାଇଥିଲା । ସେହି କଥା ମୁତାବକ ଠାକୁର ସୋମବାର ରାତିରେ ସମସ୍ତ ନୀତିକାନ୍ତି ସରିବା ପରେ କିଛି ସେବାୟତ ଓ କମିଟି ସଦସ୍ୟ ମାନଙ୍କ ସହିତ ସୁସଜିତି ବିମାନରେ ଘୋରଡିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀରାଧାକାନ୍ତ ଓ ଶ୍ରୀରାଧାମୋହନ ଦେବ ଦୁଇଟି ବିମାନରେ ଦୟଣାଚୋରୀ କରିବା ପାଇଁ ଦୟାନଦୀ ପାଖ ବଗିଚାକୁ ଯାଇଥିଲେ । ସେଠାରେ ଲୁଚିକି ରହିଥିବା ମାଳି ହାତରେ ଧରାପଡି ମେଳନ ପଡିଆରେ ବନ୍ଦାହୋଇ ପଡି ରହିଥିଲେ । ସକାଳୁ ସାକଳୁ ସମସ୍ତେ ଦେଖିଲା ପରେ ଆରମ୍ଭ ହୋଇଥିଲା ମେଳନ । ପାଖରେ ଥିବା ଘୋରଡିଆ ମେଳନ ପଡିଆରେ ସୁସଜିତ କୁଞ୍ଜ ବିମାନରେ ଠାକୁରଙ୍କୁ ଭକ୍ତ ମାନେ ଦର୍ଶନ କରିବା ସହ ମାନସିକ ଭୋଗ କରିଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୬/୪/୨୦୨୧----୭,୧୫