ରାସ୍ତା କାମ ବନ୍ଦ କରିବାକୁ କହି ଶ୍ରମିକଙ୍କୁ ମାଡ; ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅଳଗୁମ ଜାଗୁଳେଇ ମନ୍ଦିର ନିକଟରେ ଏକ ରାସ୍ତା କାମ ବନ୍ଦ କରିବାକୁ କହି ଜଣେ ଠିକା ଶ୍ରମିକଙ୍କୁ ମାଡ ମରାଯାଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିା ଜଣାପଡିଛି । ସତ୍ୟବାଦୀ ପୁଲିସ ସୁତ୍ରରୁ ପ୍ରକାଶ ଯେ ବଳଙ୍ଗା ଥାନା ଅନ୍ତର୍ଗତ ଛଣଘର ମାଳିସାହି ଗ୍ରାମର ସନାତନ ବଚି ଠିକାରେ ଅଳଗୁମ ଜାଗୁଳେଇ ମନ୍ଦିର ନିକଟରେ ରାସ୍ତା କାମ କରୁଥିଲେ । ହଠାତ ସ୍ଥାନୀୟ ଅଞ୍ଚଳର ରଶ୍ମୀରଞ୍ଜନ ବିଶ୍ୱାଳ କାମ ବନ୍ଦ କରିବା ପାଇଁ କହିବା ସହ ଅସଭ୍ୟ ଭାଷାରେ ଗାଳିମନ୍ଦ କରିବା ସହ ଟେକା ମାଡ କରିଥିଲେ । ସେଥିରେ ତାଙ୍କ ରାଗ କମିଲା ନାହିଁ ଯେ ଜୀବନରେ ମାରିଦେବା ପାଇଁ ଏକ କାଚ ବୋତଳ ଭାଙ୍ଗି ଗୋଡାଇବାରୁ ପାଖରେ ଥିବା ମନ୍ଦିର ମଧ୍ୟକୁ ଦୌଡିକି ପଳାଇବାରୁ ରକ୍ଷା ପାଇଗଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୬୮/୨୦୨୧ରେ ଏକ କେସରୁଜ କରି ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପ।ଳରୁ ଧୀରେନ୍ଦ୍ର ସେନାପତି, ୧୮/୪/୨୨୧---୫,୫୫