ଭେଡେନ ଭାରତୀୟ ଜନତା ପାର୍ଟି ତରଫରୁ ମହାମାରୀ କରୋନା ଚିକିତ୍ସା ପାଇଁ ଦାବିପତ୍ର
ଭେଡେନ----ବରଗଡ ଜିଲ୍ଲା ଭେଡେନ ଭାରତୀୟ ଜନତା ପାର୍ଟି ତରଫରୁ ଭେଡେନ ବ୍ଲକରେ ମହାମାରୀ କରୋନା ଚିକିତ୍ସା ପାଇଁ ବରଗଡ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ ଭେଡେନ ତହସିଲଦାର ଅନୀଲ କୁମାର ହୋତାଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । କରୋନା ଚିକିତ୍ସା ପାଇଁ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପକେନ୍ଦ୍ର ମାନଙ୍କରେ ମଧ୍ୟ ଆବଶ୍ୟକୀୟ କରୋନା ଟୀକା ପ୍ରଦାନ କରାଯାଉ । ଭେଡେନ ରେ ଆଇଟିପିଆର ପରୀକ୍ଷା କରାଯାଉ । କୃଷି ସମ୍ବନ୍ଧୀୟ ଆବଶ୍ୟକ କଟକଣା କୋହଳ କରାଯାଉ। ଏହି ଦାବି ପତ୍ର ପ୍ରଦାନ ସମୟରେ ଭେଡେନ ଲୋକସଭା ସାଂସଦ, ଭେଡେନ ବ୍ଲକ ପ୍ରତିନିଧି ବିପିନ ଭୁସାଗର, ଜିଲ୍ଲା ସଂପାଦକ ଯଶୋବନ୍ତ ସେଠ୍, ମଣ୍ଡଳ ସଭାପତି ଧନେଶ୍ଵର ପାଢୀ, ଭୀମସେନ ମଲ୍ଲିକ, ବିଜୟ କର୍ମି, ଆନନ୍ଦ ଅଗ୍ରୱାଲ, ଚନ୍ଦ୍ର ତାଣ୍ଡି ପ୍ରମୁଖ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀଙ୍କ ରିିପୋର୍ଟ ,୨୯//୨୦୨୧-----୯,୦୦