Breaking News

ରେମଣ୍ଡା ଗାୟତ୍ରୀ ପରିବାର ତରଫ ରୁ ଗାୟତ୍ରୀ ଶକ୍ତି ପୀଠରେ ରାମ ନବମୀ ପାଳିତ


ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗାୟତ୍ରୀ ଶକ୍ତି ପୀଠରେ  ଗାୟତ୍ରୀ ପରିବାର ପକ୍ଷରୁ ରାମ ନବମୀ  ପାଳିତ ହୋଇଯାଇଛି।  ଗାୟତ୍ରୀ ପରିବାର ର ସଭାପତି ପୂର୍ଣ୍ଣଚନ୍ଦ୍ର ମେହେର ଙ୍କ ସଭାପତିତ୍ୱ ରେ ପ୍ରତି ବର୍ଷ ବଡ଼ ଧୁମଧାମରେ ରେ ପୂଜାର୍ଚ୍ଚନା ହେଇ ଆସୁଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସରକାରୀ କୋଭିଡ ନିୟମ ଅନୁଯାୟୀ ପୂଜାର୍ଚ୍ଚନା ଓ ଯଜ୍ଞ ସମାପନ ହୋଇଯାଇଛି।ଏହି ଅବସର ରେ କରୋନା ମହାମାରୀ ଯେମିତି ସାରା ବିଶ୍ବରୁ ଦୁରେଇ ଯିବ,ସମସ୍ତେ କରୋନା ରୋଗରୁ  ମୁକ୍ତି ପାଇବେ ସେଥିପାଇଁ ଗାୟତ୍ରୀ ପରିବାର ର ରାମଚନ୍ଦ୍ର ଭୋଇ ଓ ତନୁଜ ପାତ୍ର ପ୍ରମୁଖ  ମନ୍ତ୍ର ଉଚ୍ଚାରଣ ପୂର୍ବକ ଭଜନ,ଆରତୀ , ଯଜ୍ଞ ସହ ପ୍ରାର୍ଥନା କରିଥିଲେ ।ସେହିପରି କର୍ତ୍ତା କର୍ତ୍ତୀ ଆସନ ରେ ହରାଚାନ୍ଦ ସାଥୁଆ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ସାଥୁଆ ଦାୟିତ୍ୱ ତୁଲାଉଥିଲେ।ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଗାୟତ୍ରୀ ପରିବାର ର ରୁକ୍ମିଣୀ ମେହେର, ସମସ୍ତ ଭାଇ ଭଉଣୀ ତଥା ର ସମସ୍ତ ବୀଦ୍ୟାର୍ଥୀ ପ୍ରମୁଖ ଉପସ୍ଥିତ ଥିଲେ।

ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍ , ୨୧/୪/୨୦୨୧----୫,୩୦

Blog Archive

Popular Posts