Breaking News

ଗ୍ରାମ ସାନିଟାଇଜ କରି ଜୁନିୟର ମହାରଥିଙ୍କ ପାଇଁ ଭୋଟ ଭିକ୍ଷା


 ଡେଲାଙ୍ଗ-ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଖେଲଉର ପଞ୍ଚାୟତରେ କୋଭିଡ୍ ପାଇଁ ଜନସାଧାରଣଙ୍କୁ ସଚେତନତା କରାଇବା ସହ ଗ୍ରାମ ସାନିଟାଇଜର କରାଯାଇଛି ।  ଏହି ସଚେତନତା କାର୍ଯ୍ୟକ୍ରମ ଆଜି ଉଦଯାପନୀ ଦିବସ ଥିବା ବେଳେ ଖେଲଉର ପଞ୍ଚାୟତର ଢିହସାହୀ ଓ ନୁଆଗାଁରେ ବାଙ୍କୀ ବିଧାୟକ ତଥା ଖେଲଉର ପଞ୍ଚାୟତର ପର୍ଯ୍ୟବେକ୍ଷକ ଦେବୀ ରଞ୍ଜନ ତ୍ରିପାଠୀ,ଅଶୋକ ମିଶ୍ର,ପଞ୍ଚାୟତ ବିଜେଡି ସଭାପତି ବାମଦେବ ନାୟକ ଉପସ୍ଥିତ ରହି କରୋନା ସଚେତନତା କରାଇବା ସହ ବିଜେଡି  ଦଳର ବିଧାୟକ ପ୍ରାର୍ôଥ ରୁଦ୍ର ପ୍ରତାପ ମହାରଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେବା ପାଇଁ ଜନସାଧାରନଙ୍କୁ ନିବେଦନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନ ଆଗ ରାଜନିତୀ ପଛ ବାର୍ତାକୁ ସମସ୍ତେ ଏହି କୋଭିଡ୍ ସମୟରେ ମାନି ଚଳିବା ସହିତ ସରକାରଙ୍କ କୋଭିଡ-୧୯ର ନିୟମ ପାଳନ କରିବା ପାଇଁ ବାଙ୍କୀ ବିଧାୟକ ଶ୍ରୀ ତ୍ରିପାଠୀ ସମସ୍ତ ଙ୍କୁ ନିବେଦନ କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୧---୮,୨୦

Blog Archive

Popular Posts