ଉତ୍କଳ ଗୌରବ ମଦୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ
ପୁରୀ -----ପ୍ରତିବର୍ଷ ଏପ୍ରେଲ ୨୮ ତାରିଖରେ ଉତ୍କଳଗୌରବ ମଦୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଆସୁଛି । ପୁରୀ ଭିଆଇପି ରୋଡର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଦୁସୂଦନ ପାର୍କ ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁରୀ ଜିଲ୍ଲାପାଳ ସାମର୍ଥ ବର୍ମା ପୁଷ୍ପମାଲ୍ୟ , ଦୀପ ପ୍ରଦାନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ କରୋନା ଆଇନ ଅନୁଯାୟୀ ମଦୁସୂଦନଙ୍କ ଜୀବନୀ ଓ ଓଡିଆ ଜାତି ପ୍ରତି ତାଙ୍କର ତ୍ୟାଗ ଓ ଅବଦାନ ସମ୍ପର୍କରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପାର୍କର ରକ୍ଷଣାବେକ୍ଷଣ ଦାୟତ୍ୱରେ ଥିବା ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ ଦେବାଶିଷ ପାଣ୍ଡେ, ବିପିନ ମହାନ୍ତି, ସତ୍ୟନାରାୟଣ ସାହୁ, ଲୋକନାଥ ମହାନ୍ତି, ଜଗନ୍ନାଥ ସାହୁ ଓ ବ୍ରଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୧