Breaking News

ଖୋର୍ଦ୍ଧାରୋଡ ରେଳଷ୍ଟେସନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ


 ଜଟଣୀ,----ଖୋର୍ଦ୍ଧାରୋଡ ରେଳଷ୍ଟେସନରୁ ବିପୁଳ ପରିମାଣର ଚୋରା ଗଞ୍ଜେଇକୁ ଜବତ କରିଛି ଖୋର୍ଦ୍ଧାରୋଡ ପୁଲିସ । ରାଜ୍ୟ ବାହାରକୁ ଚାଲାଣ କରୁଥିବା ଅଭିଯୁକ୍ତ ଗିରଫ ହୋଇଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ସୁଚନାନୁସାରେ, ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ବଛା ସାଗର ନାମକ ଜଣେ ଯୁବକ ଅନ୍ୟଜଣେ ସାଙ୍ଗ ମିଶି ଏକ ବାଇକରେ ଗଞ୍ଜାମ ଜିଲା ମୋହନାରୁ  ଜଟଣୀର ଖୋର୍ଦ୍ଧାରୋଡ ଷ୍ଟେସନରେ ପହଁଞ୍ଚିଥିଲେ । ବଛା ସାଗରକୁ ତାହାର ସହଯୋଗୀ ଷ୍ଟେସନଠାରେ ଓହ୍ଲାଇ ନିଜ ଗ୍ରାମକୁ ଫେରିଯାଇଥିଲା । ଅପରାହ୍ନଠାରୁ ବଛା ସାଗର ଏକ ବ୍ୟାଗକୁ ଧରି ସନ୍ଦେହଜନକ ଭାବେ ବୁଲାଚଲା କରୁଥିଲା । ଖୋର୍ଦ୍ଧାରୋଡ ଜିଆରପି ପୁଲିସର ଏକଟିମ ଉକ୍ତ ଯୁବକକୁ ଅଟକାଇ ପଚରାଉଚରା କରିଥିଲା । ସେ ଆହୁରି ବିଚଳିତ ହେବା ସହିତ ସେଠାରୁ ଖସିପଳାଇବାକୁ ଉଦ୍ୟମ କରିବାପରେ ପୁଲିସର ସନ୍ଦେହ ଯାତହୋଇଥିଲା ।  ପୁଲିସ ତା ନିକଟରେ ଥିବା ବ୍ୟାଗକୁ ଯାଞ୍ଚ କରିବାପରେ ସେଥିରେ ୧୬କିଲୋ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଏନେଇ ପୁଲିସ ଅଭିଯୁକ୍ତକୁ ଗିରଫକରି ଅଧିକ ତଦନ୍ତ କରିଥିଲା । ଜବତ ଗଞ୍ଜେଇକୁ ଅଭିଯୁକ୍ତ ଜଣକ ସୁରାଟ ନେଇଯାଉଥିଲା । ସେଠାରେ କିଲୋପ୍ରତି ୨୦ରୁ ୨୫ ହଜାର ଟଙ୍କାରେ ବିକ୍ରୀ କରିବାକୁ ଯୋଜନା ହୋଇଥିବା ଯୁବକ ଜଣକ କହିଛି । ଏନେଇ ଖୋର୍ଦ୍ଧାରୋଡ ଜିଆରପି ପୁଲିସ କେଶନଂ ୪୪/୨୧ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

 ଜଟଣୀରୁ ରଙ୍ଗନାଥ ବେହେରା, ୨୪/୪/୨୦୨୧----୧୦,୩୦


Blog Archive

Popular Posts