ସତ୍ୟବାଦୀ ପୁଲିସକୁ ବଡ ସଫଳତା ମିକ୍ସର ମେସିନ ଚୋରଗ୍ୟାଙ୍ଗ ଗିରଫ; ମିକ୍ସର ମେସିନ ଉଦ୍ଦାର
ସାକ୍ଷୀଗୋପାଳ----ପୁରୀ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ପୁଲିସ ନିଶା, ଚୋର, ରାହଜାନୀ କରୁଥିବା ଗ୍ୟାଙ୍ଗକୁ ଧରିବାରେ ଗୋଟିଏ ପରେ ଗୋଟିଏ ସଫଳତା ପାଇଚାଲିଛନ୍ତି । ସୁଚନା ଯୋଗ୍ୟଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ଉଁଆସଡିହ ଗ୍ରାମର କୁନା ପାତ୍ରଙ୍କର ୨ ତାରିଖରେ ଘର ଆଗରୁ ମିକ୍ସର ମେସିନ ଚୋରି ହୋଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସତ୍ୟବାଦୀ ପୁଲିସ ୧୪୨/୨୧ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଥଲେ । ଅଭିଯୋଗକ ଆଧାରକରି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଭୁବନେଶ୍ୱରରେ ଏହି ମେସିନ ଥିବା ଖବର ପାଇ ସଦଳବଳେ ସେଠାରେ ଚଡାଉ କରିଥିଲେ । ଭୁବନେଶ୍ୱରରୁ ମିକ୍ସର ମେସିନ ଚୋର ଗ୍ୟାଙ୍ଗର ୪ଜଣଙ୍କୁ ସତ୍ୟବାଦୀ ପୁଲିସ ଧରିବାରେ ସଫଳ ହୋଇଛି । ସେମାନେ ହେଲେ ଭୁବନେଶ୍ୱର ପଲାସପଲ୍ଲୀର କେଳା ସାହିର ସୁମନ୍ତ ଓରଫ ସୁକାନ୍ତ ଦାସ (୫୧), କଟକର ଫୁନକେରାର ଗୌରହରି ପ୍ରଧାନ (୩୬), ଧଉଳି ଛକର ନଟପୁରର ରାଜନ କୁମାର ପାତ୍ର (୩୭) ଓ ଭୁବନେଶ୍ୱର ସାମନ୍ତରାପୁରଛକର ବାନା ରେଡି (୩୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୪/୨୦୨୧