ସତ୍ୟବାଦୀ ପ୍ରଶାସନ ପକ୍ଷରୁ କରୋନା ସଚେତନତା
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ଦୁତୀୟ କରୋନା ଲହୋରୀକୁ ରୋକିବା ପାଇଁ ପ୍ରଥମ କରି ୱାଣିଂଜାରି ବା ସାଇରନ ଦେଇ ସଚେତନତା କରିଛନ୍ତି । ସାକ୍ଷୀଗୋପାଳ ବଜାର, ବନପୁର ଛକ, ପଟ୍ଟନାୟିକିଆ ଛକ, କାଦୁଆ ଛକ, କଲେଜ ଛକ, ଜୟପୁର ଛକ ସହିତ ୩୧୬ନଂ ଜାତୀୟ ରାଜପଥ କରରେ ଥିବା ସମସ୍ତ ହେଟୋଲ ଓ ଡାବା ମାଲିକ ମାନଙ୍କୁ କରୋନା ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ତହସିଲଦାର ମନୋଜ ନାୟକ, ବିଡିଓ କ୍ଷୀରୋଦ କୁମାର ବେହେରା, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ତିନୋଟି ଜିପିରେ ସାଇରନ ଦେଇ ଜନସାଧାରଣଙ୍କ ସହିତ ସମସ୍ତ ବ୍ୟବସାୟୀ ମାନଙ୍କୁ ମୁହଁରେ ମାସ୍କ ବ୍ୟବହାର ସହିତ ସାମାଜିକି ଦୁରତା ରକ୍ଷା କରିବା ଉପରେ ଯେପରି ଗୁରୁତ୍ୱ ଦେବେ ସେଥିପ୍ରତି ସଚେତନତା କରାଯାଇଛି । ଏହାପରେ ଯେଉଁ ବ୍ୟବସାୟୀ ମାନେ ନିୟମ ଭାଙ୍ଗିବେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଶ୍ରୀ ବେହେରା ସୁଚନା ଦେଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୪/୨୦୨୧-----୪,୫୫