ପାଣିରୁ ବାହାରିଲେ ନନ୍ଦା ଓ ଭଦ୍ରା
ସାକ୍ଷୀଗୋପାଳ -----ଚନ୍ଦନପେଖରୀ ପାଣିରେ ବୁଡିକି ରହିଥିବା ନନ୍ଦା ଓ ଭଦ୍ରା ଆଜି ପାଣିରୁ ବାହାରିଛନ୍ତି । ଆସନ୍ତା ମେ ୧୫ ତାରିଖରେ ସାକ୍ଷୀଗୋପିନାଥଙ୍କର ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଏହି ଅବସରରେ ପବିତ୍ର ଚନ୍ଦନପୋଖରୀ ଚାପ ଖେଳିବେ ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ । ତେଣୁ ନନ୍ଦା ଓ ଭଦ୍ରା ଚାପ ନିର୍ମାଣ ନିମେନ୍ତ ଚନ୍ଦନପୋଖରୀ ପାଣିରୁ ବାହାର କରିଛନ୍ତି ଭୋଇ ସେବକ ମାନେ । ସେହିପରି ଚନ୍ଦନଯାତ୍ରା ଛାମୁଣ୍ଡିଆ ପାଇଁ ଖୁଣ୍ଠି ଅନୁକୂଳ ହୋଇଯାଇଛି । ଠାକୁରଙ୍କ ଠାରୁ ଆଜ୍ଞା ମାଳ ଆସିବା ପରେ ଭୋଇ ସେବକ ମାନେ ନଡିଆ ବାଡେଇ ଖୁଣ୍ଠି ଅନୁକୂଳ କରିଥିଲେ । ଡଙ୍ଗା ଶୁଖିବା ପରେ ରଙ୍ଗ ଓ ମରାମତି କରାଯିବା ସହ ଠାକୁର ଚାପ ଖେଳିବା ପାଇଁ ସ୍ୱତନ୍ତ୍ର ଭାବେ ନନ୍ଦା ଓ ଭଦ୍ରାକୁ ଯୋଡାଯାଇ ସୁସଜ୍ଜିତ କରାଯିବା ପରେ ଠାକୁର ବସିକି ଚାପ ଖେଳିବେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୧