ବିଶ୍ୱ ଧରିତ୍ରୀ ଦିବସରେ ବଟବୃକ୍ଷ ରୋପଣ
ଡେଲାଙ୍ଗ ----- ବିଶ୍ୱ ଧରିତ୍ରୀ ଦିବସରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ବୋଳକଣା ଗ୍ରାମ ପୋଖରୀ ହୁଡାରେ ତିନୋ/ଯି ବଟବୃକ୍ଷ ରୋପଣ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ବୃକ୍ଷ ରୋପଣ କରିବା ସହ ଧରିତ୍ରୀ ମାତାର ସୁରକ୍ଷା ପାଇଁ ରାସାୟନିକ ସାର ବର୍ଜନ କରି ଜୈବିକ ସାର ବ୍ୟବହାର କରିବା ଓ ପଲିଥିନି ବର୍ଜନ କରିବା ପାଇଁ ଉପସ୍ଥିତ ଥିବା ଗ୍ରାମାବସୀ ମାନଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁକାନ୍ତ ସାମନ୍ତରାୟ, କାର୍ତ୍ତିକ ବେହେରା ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୧----୭,୫୦