ଡେଲାଙ୍ଗରେ ମହିଳା ବିଜେଡି ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ
ଡେଲାଙ୍ଗ -----ଡେଲାଙ୍ଗ ବ୍ଳକ ସୁଚନପୁର ଗ୍ରାମ ପଞ୍ଚାୟତର ବାଗିଲିପାରି ଗ୍ରାମରେ ଡେଲାଙ୍ଗ ବିଜେଡି ମହିଳା ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଉପନିର୍ବାଚନ ଅବସରରେ ଡେଲାଙ୍ଗ ବ୍ଳକ ମହିଳା ସଭାନେତ୍ରୀ ବାସନ୍ତୀ ସାହୁଙ୍କ ତତ୍ୱବଧାନରେ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ସମ୍ପର୍କରେ ଘରେ ଥିବା ମା ମାନଙ୍କ ପାଖରେ ପହଞ୍ଚାଇଛନ୍ତି । ସେହିପରି କରୋନା ସଚେତନତା କରାଯିବା ସହ ମାସ୍କ ବଣ୍ଟନ କରାଯାଇଥିଲା । ବନିତା ଦାସଙ୍କ ସହିତ ଅନ୍ୟ ମହିଳା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୧---୮,୦୦