>>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ



    କୋଦଳା -ନବଜନ୍ମିତ କନ୍ୟାସନ୍ତାନ ଙ୍କ ମାତା, ପିତା ଓ ପରିବାର କୁ ଉତ୍ସାହ କରିବା ଉଦ୍ଦେଶ୍ୟ ନେଇ ପ୍ରଶାସନ ପକ୍ଷରୁ" ମୋ ଗେହ୍ଲାଝିଅ "କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରତ୍ୟେକ ମାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗୁରୁବାର କୋଦଳା ଅଙ୍ଗନବାଡି ସେକ୍ଟର ପକ୍ଷରୁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହିଙ୍କ ନିର୍ଦ୍ଦେଶରେ ସୁପରଭାଇଜର ମମତା ଦାଶ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନ ରେ କୋଦଳା ଦଣ୍ଡେଶ୍ୱର ମନ୍ଦିର ଆଶ୍ରୟ ସ୍ଥଳ ରେ ନବଜନ୍ମିତ ଶିଶୁ କନ୍ୟା ଓ ମା ମାନଙ୍କୁ ନେଇ "ମୋ ଗେହ୍ଲାଝିଅ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ୟା ହେଉଛି ଆମର ଅମୁଲ୍ୟସମ୍ପଦ, କନ୍ୟା ସୁରକ୍ଷିତ ନ ରହିଲେ ସଂସାର ତିଷ୍ଠିବା ସମ୍ଭାଵପର  ନୁହେଁ । ଶିଶୁର ସୁରକ୍ଷା ଆମ୍ଭର ଦାଇତ୍ୱ ବୋଲି ସୁପରଭାଇଜର ଶ୍ରୀ ଦାଶ କହିଥିଲେ । ତିନିଜଣ ନବଜନ୍ମିତ ଶିଶୁ କନ୍ୟାଙ୍କୁ ବନ୍ଦାପନା ସହିତ କେକ କାଟି ଶିଶୁଙ୍କୁ ସ୍ୱାଗତ କରି ମା ମାନଙ୍କୁ ଉତ୍ସାହିତ କରାଯାଇଥିଲା ।  ଶିଶୁ ମାନଙ୍କୁ କଣ୍ଢେଇ ଓ ପୋଷାକ ବିତରଣ କରାଯାଇଥିଲା !ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ, ୧୭/୪/୨୦୨୧----୯,୨୦

    Blog Archive

    Popular Posts