ବରକେରାରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ
ଡେଲାଙ୍ଗ; ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ କୋଭିଡ-୧୯ନିୟମ ଅନୁସାରେ ପାଳନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ମିଟୁ କିଶୋର ପ୍ରଧାନ, ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା, ପୁରୁଷୋତ୍ତମ ନାୟକ ଓ ବିଦ୍ୟାଳୟର ପୁରାତନ ଛାତ୍ରମାନେ ଯୋଗଦେଇଥିଲେ। ବକ୍ତାମାନେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ପରାମର୍ଶ ଦେବା ସହିତ ଗଛ ଲଗାଇ ନିଜକୁ ଓ ଧରିତ୍ରୀ ମା'କୁ ତାପାୟନରୁ ରକ୍ଷା କରିବା ପାଇଁ ମତ ପ୍ରକାଶ କରିଥିଲେ । ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୧--- ୭,୩୫