ଡିଲର ପଏଟଂରେ ବାୟୋମେଟ୍ରିକ ମେସିନକୁ ନଗର କଂଗ୍ରେସର ବିରୋଧ
ଜଟଣୀ----ମହାମାରୀ କରୋନାର ଦ୍ୱିତୀୟ ଲହରୀ ସଂକଟ ସମୟରେ ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ଖାଦ୍ୟ ଯୋଜନାରେ ଚାଉଳ, ଗହମ ଓ ଡାଲି ପ୍ରଭୃତି ପାଇଁ ଡିଲର ମାନଙ୍କୁ ନିର୍ଦ୍ଧେଶ ରହିଛି । କୌଣସି ଖାଦ୍ୟ ସାମଗ୍ରୀ ବାଟମାରଣା ନହେବାଲାଗି ସରକାରଙ୍କ ପକ୍ଷରୁ ବାୟୋମେଟ୍ରିକ ମେସିନ ବ୍ୟବହାର କରାଯାଉଛି । ମାତ୍ର ଏହି ବାୟୋମେଟ୍ରିକ ମେସିନରେ ଶହଶହ ହିତାଧିକାରୀମାନଙ୍କ ଆଙ୍ଗୁଠି ଲଗାଯାଉଛି । ଫଳରେ ସଂକ୍ରମଣ ବ୍ୟାପିପାରେ । ମହାମାରୀ କରାନା ସଂକ୍ରମଣର ଦ୍ୱିତୀୟ ଲହରୀ ଖୋର୍ଦ୍ଧାଜିଲାରେ ମାଡି ଚାଲିଛି । ଅନ୍ୟଥାରେ ନିଜର ହକ୍ ପାଇବା ଆଳରେ ସଂକ୍ରମଣକୁ ନିମନ୍ତ୍ରଣ କରିବା ବନ୍ଦ କରାଯାଉ । ତେବେ ଏନେଇ ଜଟଣୀ ନଗର କଂଗ୍ରେସ ପକ୍ଷରୁ ଏଥିରୁ ନିବୃତ ରହି ଯୋଗ୍ୟ ହିତାଧୀକାରୀ ମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇବାକୁ ଦାବି କରିଛି । ଏନେଇ ଜଟଣୀ ନଗରକଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ ଖୋର୍ଦ୍ଧାଜିଲାପାଳ, ଯୋଗାଣ ମନ୍ତ୍ରୀ,ଯୋଗାଣ ଅଧ୍ୟକ୍ଷ ପ୍ରଭୃତିଙ୍କ ନିକଟରେ ଦାବି କରିଛନ୍ତି । କରୋନା ମହାମାରୀ ସମୟରେ ଉକ୍ତ ମେସିନକୁ ବ୍ୟବହାର ନିର୍ଦ୍ଧେଶକୁ ପ୍ରତ୍ୟାହାର କରାଯାଉ ।
ଜଟଣୀରୁ ରଙ୍ଗନାଥ ବେହେରା, ୨୪/୪/୨୦୨୧---୧୦,୩୦