ପିପିଲି ଉପନିର୍ବାଚନ ଉପଲକ୍ଷେ ବୁଦ୍ଧିଜୀବୀ ସମ୍ମଳନୀ ଅନୁଷ୍ଠିତ
ଡେଲାଙ୍ଗ-----ପିପିଲି ଉପନିର୍ବାଚନ ଅବସରରେ ସାତଶଙ୍ଖ ଠାରେ ଆଇନଜୀବୀ ଅନିଲ କୁମାର ଦଳେଇଙ୍କ ଅଧ୍ୟକ୍ଷତାରେ ଏକ ବୁଦ୍ଧିଜୀବୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ବହୁ ବୁଦ୍ଧିଜୀବୀ ।ନେ ଯୋଗ ଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ । ଏଠାରେ କୃଷି, ଶିକ୍ଷା, ସଂସ୍କୃତି, ଶିଳ୍ପ ଓ ପଯ୍ୟଟନ କ୍ଷେତ୍ର ଭରି ରହିଛି । ଏବେ ସମୟ ଆସିଛି ସଠିକ ଜନପ୍ରତିନିଧି ବାଛିବା ପାଇଁ ସମୟ ଆସିଛି ବୋଲି ମତ ପ୍ରକାଶ ପାଇଥିଲା । ନିର୍ବାଚନ ମଣ୍ଡଳୀକୁ ଏକ ଆଦର୍ଶ, ଆତ୍ମନିର୍ଭରଶୀଳ ଓ ବିକଶିତ ନିର୍ବାଚନ ମଣ୍ଡଳୀ ଭାବେ ଗଢ଼ିତୋଳିବା ପାଇଁ ବୁଦ୍ଧିଜୀବୀ ମାନେ ଶପଥ ନେଇଥିଲେ ।ଏହି ସମ୍ମଳନୀରେ ବିଭିନ୍ନ ସମ୍ବାଦପତ୍ର , ବେଦ୍ୟୁତିକ ସମ୍ମାଦିକ, ଶିକ୍ଷାବିତ, ଆଇନଜୀବୀ, ସମାଜସେବୀ ମାନେ ଯୋଗଦେଇଥିଲେ । ନିର୍ବାଚନ ପରେ ମଧ୍ୟ ଏହିପରି ସମ୍ମଳନୀ କରାଯିବ ବୋଲି ଆୟୋଜକ ମାନେ କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୧---୮,୦୦