Breaking News

ତିିନି ପ୍ରମୁଖ ରାଜନୈତିକ ଦଳର ପ୍ରଚାର ସରଗରମ


 ଡେଲାଙ୍ଗ----ବିଶ୍ୱ ମହାମାରୀ କରୋନା ପାଇଁ ସବୁ ଦଳ ପକ୍ଷରୁ ରାଲି କି ପ୍ରଚାର ଉପରେ ରୋକ ଲାଗିବା ପରେ ଆଜି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ôଥମାନେ ଭିନ୍ନ ଭିନ୍ନ ଢ଼ାଞ୍ଚାରେ  ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରଚାର ସରଗରମ ଜୋର ଧରୁଛି ।

ଆଜି ବିଜେପି ଦଳର ବିଧାୟକ ପ୍ରାର୍ôଥ ଆଶ୍ରିତ ପଟ୍ଟନାୟକ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତରେ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରୁଥିବା ବେଳେ କଂଗ୍ରେସ ଦଳର ବିଧାୟକ ପ୍ରାର୍ôଥ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଆଜି ପ୍ରଥମକରି ନିର୍ବାଚନ ପ୍ରଚାରକୁ ଓହ୍ଳାଇଛନ୍ତି ।

ଗୋଡିପୁଟମାଟିଆପଡା ପଞ୍ଚାୟତରେ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା ଆରମ୍ଭ କରିଥିବାର ଜଣାପଡିଛି । ସେହିପରି ବିଜୁ ଜନତା ଦଳର ବିଧାୟକ ପ୍ରାର୍ôଥ ରୁଦ୍ର ପ୍ରତାପ ମହାରଥି ସକାଳ ୭ଘଟିକାରୁ ପିପିଲି ବ୍ଲକ ଅର୍ନ୍ତଗତ ମଙ୍ଗଳପୁର ପଞ୍ଚାୟତର ବିଭିନ୍ନ ଗ୍ରାମର  ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରୁଛନ୍ତି ।  ଯଶୁଆପୁର ପଞ୍ଚାୟତ ପୁର୍ବତନ ସରପଞ୍ଚ ତଥା ବିଜେଡି ସଭାପତି ଦିଲ୍ଲିପ କୁମାର ଦାଶଙ୍କ ଅକାଳ ବିୟୋଗ ଖବର ପାଇବା ପରେ ମଙ୍ଗଳପୁର ମେଡିକଲାରେ ପହଞ୍ଚି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କର ପ୍ରଚାର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିବାର ଜଣାପଡିଛି । 

ପିପିଲିରୁ ବିଜୟ କୁମାର ମହାପାତ୍ର, ୨୮/୪/୨୦୨୧---୮,୩୦

Blog Archive

Popular Posts