Breaking News

ଘର ଭିତରେ ମା, ଝିଅ ମୃତ୍ୟୁ ହୋଇଥିବା ବେଳେ ବାହାରେ ସ୍ୱାମୀ ର ମୃତ ଦେହ ଠାବ କରାଯାଇଛି


ଯୋଡ଼ା:-ସୁନ୍ଦର ଗଡ଼ ଜିଲ୍ଲାର କୋଇଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି। ଘର ଭିତରେ ମା ଝିଅଙ୍କ ମୃତଦେହ ଠାବ ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି ।ସନ୍ଦେହ ଭିତରେ ମା ଝିଅଙ୍କ ମୃତ୍ୟୁ ରହସ୍ୟ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମା’ର ମୃତଦେହ ମିଳିଥିବା ବେଳେ ଖଟ ଉପରେ ପଡ଼ିଛି ନାବାଳିକାର ମରଶରୀର । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମସଜିଦ ଗଳିରେ ଏହି ଘଟଣା ଘଟିଛି । ମହିଳାଙ୍କ ସ୍ୱାମୀ ଦିନକ ପୂର୍ବରୁ କୁଆଡ଼େ ଚାଲି ଯାଇଥିବା ବେଳେ ଏକ ସୁଇସାଇଡ୍‌ ନୋଟ୍‌ରେ ମହିଳା ଜଣକ ଘର ମାଲିକଙ୍କୁ ଦୋଷ ଦେଇଥିବା ଜଣାପଡ଼ିଛି । ପୋଲିସ୍‌ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ, ପ୍ରହଲ୍ଲାଦ ସାହାଣୀ ଏବଂ ତାଙ୍କ ସ୍ତ୍ରୀ ରଂଜିତା ସାହାଣୀ ଜଗତସିଂହପୁରରୁ ଆସି ଏଠରେ ଏକ ଭଡା ଘରେ ରହି କାମ ଦାମ କରି ଚଳୁଥିଲେ । ଗତକାଲି ପ୍ରହଲ୍ଲାଦ ଘରୁ କେଉଁଆଡେ ପଳାଇ ଥିବା ବେଳେ ଆଜି ରଂଜିତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ତା ସହିତ ୩ ବର୍ଷର ଝିଅଟି ମଧ୍ୟ ମରି ପଡିଛି । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଶବ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଅନ୍ୟ ପକ୍ଷରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରୁଗୁଡି ଜଙ୍ଗଲରେ ସ୍ୱାମୀ ପ୍ରହଲ୍ଲାଦଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । 
jodaura ganeswar Bhera,30/4/2021----9,00

Blog Archive

Popular Posts