Breaking News

ଡେଲାଙ୍ଗର ବିଭିନ୍ନ ଧର୍ମପୀଠ ଗୁଡିକର ନକ୍ସା ପରିବର୍ତ୍ତନ ବହୁଶିଘ୍ର କରାଯିବ




 ଡେଲାଙ୍ଗ ----  ବେରବୋଇ ଗାନ୍ଧୀପୀଠ, ବେନୁପଡାର ଗାଦିବ୍ରହ୍ମ ପୀଠ, ଅରାଗଡ ବୌଦ୍ଧସ୍ତୁପ, କୁଆପଦାର ବଣିବକ୍ରେଶ୍ୱର, ତରା ପୋଖରୀ ସହିତ ବିଶ୍ୱନାଥ ପାହାଡ ଉପରେ ଥିବା ବିଶ୍ୱନାଥ ଦେବଙ୍କ ମନ୍ଦିରର ଉନ୍ନତି ପାଇଁ ପ୍ରାଥମିକ ସର୍ଭେ  କରାଯାଇଛିି ।  ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତର, ସାଉରିଆ ସମିତିସଭ୍ୟ ଦୁଷ୍ମନ୍ତ ପାଟ୍ଟଶାଣୀ, ସମବାୟ ବିତ୍ ଚିତ୍ରସେନ ନିଶଙ୍କ, ସାମାଜିକ କର୍ମୀ ଶଶି ଶେଖର ରାୟ, ରମେଶ ଚନ୍ଦ୍ର ପାଟ୍ଟଶାଣୀ, ଲାଲାଟ କେଶରୀ ପାଇକରାୟ, ଗଙ୍ଗାଧର ନିଶଙ୍କ, ସଞ୍ଜୟ ଜେନା, ଯୋଗେଶ୍ୱର ପାତୟ, ପ୍ରକାଶ ଚନ୍ଦ୍ର ପାତ୍ର ଓ ବରିଷ୍ଠ ନାଗରିକ ପ୍ରହଲ୍ଲାଦ ବଳିୟାର ସିଂହ, ମହେନ୍ଦ୍ର ଶ୍ରୀଚନ୍ଦନ, ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ, ନିଳେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ମନ୍ତ୍ରୀ ଓ ବିଧାୟକ ପୀଠ ଗୁଡିକ ପରିଦର୍ଶନ କରିବା ସହ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ପଚାରି ବୁଝିଥିଲେ  । ପରେ ପରେ ଘୋରଡିଆ ଗ୍ରାମରେ ଥିବା ରାଧାମୋହନ ଓ ରାଧାକାନ୍ତ ମଠ ସହିତ ବିଭିନ୍ନ ମନ୍ଦିର ଦେଖିଥଲେ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୧----୮,୦୫

Blog Archive

Popular Posts