ସାକ୍ଷୀଗୋପାଳରେ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ମେଡିକାଲ ; ଶନିବାର ଠାରୁ ସେବା ଆରମ୍ଭ
ସାକ୍ଷୀଗୋପାଳ---- ରାଜ୍ୟରେ ଦୁତୀୟ ଲହର କରୋନା ଯୋଗୁ ସମସ୍ତେ ଚିନ୍ତିତ । ଏହାକୁ ନଜର କରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ୧ଶହ ଶର୍ଯ୍ୟା ବିଶିଷ୍ଟ କୋଭିଡ ହସ୍ପପିଟାଲ ଯୁଦ୍ଧକାଳୀନ ମଧ୍ୟରେ କାମ ଶେଷ ହୋଇଛି । ଶନିବାର ଆନୁଷ୍ଠାନିକ ଭାବେ ଉଦଘାଟନ ହେବା ସହ କରୋନାରେ ଆକ୍ରନ୍ତ ରୋଗୀ ମାନଙ୍କୁ ସରକାରୀ ସ୍ତରରେ ସମସ୍ତ ସେବା ଯୋଗାଇ ଦିଆଯିବ ବୋଲି ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ଏଥିରେ ସତ୍ୟବାଦୀ ଓ ପିପିଲି ବ୍ଳକର କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କୁ ବାହାରକୁ ପଠାନଯାଇ ଏଠାରେ ଚିକିତ୍ସା କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି ବୋଲି ସାକ୍ଷୀଗୋପାଳ ମେଡିକାଲ ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ରଙ୍କ ଠାରୁ ସୁଚନା ମିଳିଛି । ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନା ପାଇଁ ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରା ଙ୍କ ସହିତ ପିପିଲି ବିଡିଓ ରଶ୍ମିତା ନାଥ ଓ ସତ୍ୟବାଦୀ ମେଡିକାଲ ଇନିଚାର୍ଯ୍ୟ ଡ. ମିଶ୍ର ରହିବେ । ସତ୍ୟବାଦୀ ବ୍ଳକର ପି.ଏ ସୌଭାଗ୍ୟ କର, ଜ୍ୟୋତିରଞ୍ଜନ ଶତପଥି ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଳକ ପ୍ରୋଗ୍ରାମ ମ୍ୟାନେଜର, ପି.ଏଚ,ଇ.ଓ କ୍ଷେତ୍ରମଣୀ ସେଠୀ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ନିରୁ ବେହେରାଙ୍କ ସହିତ ବ୍ଳକ ଓ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିବେ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୪/୨୦୨୧---୯,୨୫
Sakhigopal News Dhrendra Senapati,30/4/2021---9,25