Breaking News

ବିନା ଭକ୍ତରେ ଶେଷ ହେଲା ସାକ୍ଷୀଗୋପାଳରେ ରାମନବମୀ


 ସାକ୍ଷୀଗୋପାଳ -----ବିନା ଭକ୍ତରେ ଶେଷ ହେଲା ରାମନବମୀ ପର୍ବ । କରୋନା କଟକଣା ଯୋଗୁ ସବୁ ବନ୍ଦ କରାଯାଇଛି । କେବଳ ମାତ୍ର ଠାକୁରଙ୍କ ନୀତିକାନ୍ତି କରାଯାଉଛି ।  ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ନିକଟରେ ରହିଛି ରାମ ମନ୍ଦିର । ପ୍ରତି ବର୍ଷ ଚୈତମାସ ଶୁକ୍ଳ ନବମୀ ତିଥିରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିବସ ପଡୁଥିବାରୁ ମହା ଆମ୍ବର ସହକାରେ ପାଳନ କରାଯାଇଥାଏ । ଏ ବର୍ଷ କରୋନା ଯୋଗୁ ବିନା ଭକ୍ତରେ  ରାମ ନବମୀ ପର୍ବ ପାଳନ କରାଯାଇଛି ।  ମାତ୍ର କରୋନା ଯୋଗୁ ରାମ ନବମୀ ପର୍ବ ଫିକା ପଡିଯାଇଥିଲା ।  ସକାଳୁ  ଦ୍ୱାରଫିଟା, ସ୍ନାନ, ଆଳତି, ଅବକାଶ, ବାଳଭୋଗ, ଖେଚୁଡି ଭୋଗ କରାଯାଇଥିଲା । ପରେ ପରେ ଜନ୍ମବିଧି ଅନୁଯାୟୀ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ପୂଜକ ବଂଶୀଧର ପାଢୀ ଓ ମନ୍ଦିର ପୁରୋହିତ ଗୋପିନାଥ ଦାଶ ପୂଜା ଓ  ଯଜ୍ଞ କାର୍ଯ୍ୟ ତୁଳାଇଥିଲେ । ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଓ ରାମଚନ୍ଦ୍ର ନନ୍ଦଙ୍କ ସହିତ ସେବାୟତ ସଂଘ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୪/୨୦୨୧----୫,୨୦ 

Blog Archive

Popular Posts