ବିନ୍ଧ୍ୟବାସିନୀ ଦେବୀ ପୀଠରେ ସ୍ଥାନୀୟ ପ୍ରଶାସନ ୧୪୪ ଜାରି କଲା
ବରଗଡ଼----- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ର ଅଧିଷ୍ଠାତ୍ରୀ ବିନ୍ଧ୍ୟବାସିନୀ ଦେବୀ ପୀଠରେ ଚୈତ୍ରମାସ ପୂର୍ଣ୍ଣମୀ ଦିନ ମାଁ ବିନ୍ଧ୍ୟ ବାହିନୀଙ୍କ ର ସ୍ବତନ୍ତ୍ର ପୂଜା ହୋଇଥାଏ । ସେଠାରେ ହଜାର ହଜାର ସଂଖ୍ୟାରେ ଭକ୍ତ ଙ୍କ ଜନ ସମାଗମ ହୋଇଥାଏ। ଗତ ବର୍ଷ କରୋନା ୧୯ ମହାମାରୀ ଯୋଗୁଁ ଭକ୍ତ ମାନଙ୍କୁ ମନାକରଯାଇ ଉକ୍ତ ଅଞ୍ଚଳରେ ସରକାରଙ୍କ ତରଫରୁ ୧୪୪ ଧାରା ଜାରି କରଯାଇଥିଲା । ଫଳରେ ଭକ୍ତ ମାନେ ନିରାଶ ହେବାକୁ ପଡିଥିଲା । ଏ ବର୍ଷ ମଧ୍ୟ କରୋନା ଦ୍ଵିତୀୟ ଲହର ଯୋଗୁଁ ପୁଣି ଥରେ ଉକ୍ତ ଅଞ୍ଚଳରେ ଆଜି ଠାରୁ ଅଷ୍ଟମଙ୍ଗଳା ପୂଜା ପର୍ଯ୍ୟନ୍ତ ସରକାରୀ ସ୍ତରରେ ୧୪୪ ଧାରା ଜାରି କରାଯାଇଛି । ପୂଜକ ମାନେ ମାଁ ବିନ୍ଧ୍ୟବାସିନୀଙ୍କର ଦୈନନ୍ଦିନ ନିତି କାନ୍ତି ଅନୁସାରେ ପୂଜା କରିପାରିବେ। ସାଧାରଣ ଭକ୍ତଙ୍କୁ ପୁଣି ଥରେ ମାଁ ବିନ୍ଧ୍ୟବାସିନୀ ଦେବୀଙ୍କୁ ଦର୍ଶନ କରିବା ଓ ପୂଜାର୍ଚ୍ଚନା କରିବା ଉପରେ ରୋକ ଲଗାଯାଇଛି ।
ଫଳରେ ଏହି ବର୍ଷ ମଧ୍ୟ ଭକ୍ତ ମାନେ ନିରାଶ ହେବାକୁ ପଡିଛି। ଆଜି ଠାରୁ ଭେଡେନ ଅତିରିକ୍ତ ତହସିଲଦାର ନାରାୟଣ ଦଣ୍ଡସେନା, ରୁଷୁଡା ଫାଣ୍ଡି ଅଧିକାରୀ ଗଣେଶ କଲେତ, ବିନ୍ଧ୍ୟବାସିନୀ ଟ୍ରଷ୍ଟ ସଭାପତି ସତ୍ୟଜିତ ପୁରୋହିତ, ଉଦୟ ପୁରୋହିତ, ଅରବିନ୍ଦ ସୁଆର, ସଂକ୍ରିଡା ସରପଞ୍ଚ ଶୁସାନ୍ତ ସାହୁ ଓ ଟ୍ରଷ୍ଟ ର ଅନ୍ୟାନ୍ୟ ସଦସ୍ୟ ଓ ଜନସାଧାରଣଙ୍କ ଉପସ୍ଥିତ ରେ ବିନ୍ଧ୍ୟବାସିନୀ ପର୍ବତ ଅଞ୍ଚଳ କୁ ସଂପୂର୍ଣ୍ଣ ଭାବେ ୧୪୪ ଧାରା ଜାରି କରାଯାଇ ବାଉଁଶ ରେ ବାରିକେଟ କରାଯାଇଛି । ଫଳରେ ସାଧାରଣ ଭକ୍ତ ଓ ଜନସାଧାରଣଙ୍କୁ ବାରଣ କରାଯାଇଅଛି ବୋଲି ବିନ୍ଧ୍ୟବାସିନୀ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ସରକାରୀ ସ୍ତରରେ ଓ ବିନ୍ଧ୍ୟବାସିନୀ ଟ୍ରଷ୍ଟ ପକ୍ଷରୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।
ଭେଡେନ ରୁ ଭବାନୀ ଶଙ୍କର ପାଢୀ, ୨୭/୪/୨୦୨୧ ,୬,୪୫