ବିଦ୍ୟୁତ ତାରକୁ ନେଇ ମାରପିଟ; ଦୁଇ ଗିରଫ
ସାକ୍ଷୀଗୋପାଳ----ସତ୍ୟବାଦୀ ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ ବିଦ୍ୟୁତ ତାରକୁ ନେଇ ମାରପିଟ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଥବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କାଳୁ ଚରଣ ସାହୁ ଥାନାରେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଗ୍ରାମ ଗହିରରେ ୩୩ କେ, ଭି ବିଦ୍ୟୁତ ତାର ଟଣା ହେବାପାଇଁ ଗହିର ବିଲରେ ତାର ଗଦା ହେଇଛି । ଅଭିମନ୍ୟୁ ପ୍ରଧାନ ଓ ମଣ୍ଟୁ ପ୍ରଧାନ ଏକ ମଟର ସାଇକେଲରେ ଲଦିକି ଆଣୁଥିଲେ । ଗାଁ ମୁଣ୍ଡ ପଡିଆ ନିକଟରେ ମୋ ପୁଅ ମାନସ କୁମାର ସାହୁ ସେମାନଙ୍କୁ ତାର କାହିଁକି ଆଣିଲ ବୋଲି ବାରଣ କରିବାରୁ ମାନସକୁ ଆକ୍ରମଣ କରି ତାର ମୁଣ୍ଡ ଫଟାଇ ଦେବା ସହ ଜୀବନରେ ମାରି ଦେବାର ଧମକ ଦେଇଛନ୍ତି ବୋଲି ଥାନାରେ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ୧୮୩/୨୦୨୧ରେ ଏକ ମାମଲା ରୁଜ କରାଯାଇଛି । ସେହିପରି ଉକ୍ତ ଗ୍ରାମର ମଞ୍ଜୁ ପ୍ରଧାନ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ତାଙ୍କ ସ୍ୱାମୀ ଅଭିମନ୍ୟୁ ପ୍ରଧାନ ବିଲରୁ ଫେରିବା ବେଳେ ଦେଖିଲେ ବାଟରେ ବିଦ୍ୟୁତ ତାର ବଣ୍ଡଲ ଥୁଆ ହୋଇଛି । ସେଠାରେ କେହି ନାହାନ୍ତି । ସେଥିରୁ ଅଳ୍ପ କିଛି ତାର ବିଡା ଧରି ଘରକୁ ଆସୁଥିବା ବେଳେ ସତୁରା ଶାଶମଲ, ଜାନୁ ସାହୁ କହିଲେ ତାର ଆମେ ରଖିଥଲୁ ତୁ କାହିଁକି ଆଣିଲୁ ବୋଲି କହିବା ସହ ମାଡ ଦେଇଥିଲେ । ଅଭିମନ୍ୟୁ ଘରକୁ ପଳାଇ ଆସିବାରୁ ସେମାନେ ଘରକୁ ଆସି ଟେକା ପଥର ମାଡ କରିଥିଲେ । ଏହାକୁ ମୁଁ, ପୁଅ, ଝିଅ ବିରୋଧ କରିବାରୁ ସେମାନେ ଆମକୁ ମାଡ ଦେବା ସହ ଅଶ୍ଳିଳ ଭାଷାରେ ଗାଳିମନ୍ଦ କରିଥିଲେ ବୋଲି ମଞ୍ଜୁ ଅଭିଯୋଗ କରିଛନ୍ତି । ମଞ୍ଜୁଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ପୁଲିସ ୧୮୪/୨୦୨୧ରେ ମାମଲା ରୁଜ କରି ଅଭିମନ୍ୟୁ ପ୍ରଧାନ ଓ ମାନସ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
Sakhigopal News D senapati, 29/4/2021---6,45