ଶୁକଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ଟୀକା କେନ୍ଦ୍ର
ସାକ୍ଷୀଗୋପାଳ------ ଲୋକମାନଙ୍କର ସୁବିଧା ଓ ଟୀକା କରଣକୁ ତ୍ୱରାନିତ କରିବାପାଇଁ ସତ୍ୟବାଦୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଶୁକଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କରୋନା ଟୀକା କରଣ କେନ୍ଦ୍ର ଖୋଲାଯାଇଛି । ଏହାକୁ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ. ବିଶ୍ୱଜିତି ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଶୁକଳ , ଆଳିସ ଗ୍ରାମ ପଞ୍ଚାୟତର ଲୋକମାନେ ସତ୍ୟବାଦୀ କିମ୍ବା ଅଳଗୁମ ଯାଇ ଟୀକା କରଣ ନେବା ସମ୍ଭବପର ହୋଇ ପାରୁନଥିଲା । ଗୋଟିଏ ପଟେ ରାସ୍ତାର ଦୂରତା ଅନ୍ୟ ପଟେ ବୃଦ୍ଧ, ବରିଷ୍ଠ ନାଗରିକ, ରୋଗାଗସ୍ତ ଲୋକମାନେ ଏହି ଟୀକା ନେବାରେ ବିଭିନ୍ନ ବାଧା ସୃଷ୍ଟି ହୋଉଥିଲା । ଏହାକୁ ନଜର କରି ଜିଲ୍ଲା ପ୍ର୍ରଶାସନ ପକ୍ଷରୁ ଶୁକଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଟୀକା କରଣ କେନ୍ଦ୍ର ଖୋଲାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ସ୍ୱାଗତ କରିଛନ୍ତି । ସୁଚନା ଯୋଗ୍ୟ ଯେ ଅଳଗୁମ ଠାରେ ଥିବା ଟୀକା କେନ୍ଦ୍ର କୁ ଅସ୍ଥାୟୀ ଭାବେ ଶୁକ୍ଳ ଠାରେ କରାଯାଇଛି । ଯାହା ଫଳରେକି ସତ୍ୟବାଦୀରେ କରୋନା ଟୀକା କରଣ ଶହେପ୍ରତିଶତ ହୋଇ ପାରିବ ବୋଲି ଆଶା କରାଯାଉଛି ବୋଲି ଡ. ମିଶ୍ର କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୪/୨୦୨୧----୮,୫୦