୩ ଚୋରା ମଦ ବେପାରୀ ଗିରଫ: ୩0୯ ବୋତଲ ମଦ ଓ ୪ ଟି ଫ୍ରୀଜ୍ ଜବତ
ଯୋଡ଼ା :-ଯୋଡ଼ା ଥାନା ଅନ୍ତର୍ଗତ ବସ ଷ୍ଟାଣ୍ଡ ନିକଟ ହନୁମାନ ହଟିଙ୍ଗରୁ ବେଆଇନ ମଦ ଜବତ ହୋଇଥିବା ଜଣାପଡିଛି । ଦୋକାନ ଉପରେ ଯୋଡ଼ା ପୋଲିସର ଚଢ଼ାଉ କରି ଯୋଡ଼ା ହନୁମାନ ହଟିଙ୍ଗରେ ବିନା ଲାଇସେନ୍ସରେ ଚୋରରେ ମଦ ବିକ୍ରି ହେଉଥିବା ଖବର ପାଇଥିଲେ । ଯୋଡ଼ା ପୁଲିସ ୩ଟି ସ୍ଥାନରେ ଅଚାନକ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେଠାରୁ ବିଭିନ୍ନ ବ୍ରାଣ୍ଡର ୧୫୪ ବୋତଲ ବିଅର, ୧୫୫ ବୋତଲ ବିଦେଶୀ ମଦ ସହ ୪ଟି ଫ୍ରୀଜ୍ ଜବତ୍ କରିଛି ଯୋଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ ୨ମହିଳାଙ୍କ ସମେତ ୩ ଅଭିଯୁକ୍ତ ଗିରଫ୍ ହୋଇଥିବା ଜଣାପଡିଛି। ଗିରଫ୍ ଅଭିଯୁକ୍ତମାନେ ହେଲେ, ହନୁମାନ ହଟିଙ୍ଗର ଲୋକବିନ୍ଦର ସିଂ ୬୪ବୋତଲ ବିଅର , ବିଦେଶୀ ମଦ ୬୦ ବୋତଲ, ମିନା ଗିରି ୫୫ ବୋତଲ ବିଅର, ବିଦେଶୀ ମଦ ୫୦ ବୋତଲ ଓ ପିଙ୍କି ବେହେରା ୩୫ ବୋତଲ ବିଅର, ବିଦେଶୀ ମଦ ୪୫ବୋତଲ ରଖି ଥିଲେ । ଶନିବାର ଓ ରବିବାର ସଡ଼ଡାଉନ ଥିବାରୁ ସମସ୍ତ ସିକୃତି ପ୍ରାପ୍ତ ମଦଦୋକାନ ବନ୍ଦ ଥିବାରୁ ଏହି ଚୋରା ବେପାରୀ ମାନେ ଜୋର ସୋର ରେ ମଦ ବେପାରରେ ଲାଗିପଡିଥିଲେ। ଯୋଡ଼ା ରୁ ଗଣେଶ୍ୱର ବେହେରା ,୨୬/୪/୨୦୨୧----୬,୨୦