ରାମଚଣ୍ଡି ମନ୍ଦିର ସମ୍ମୁଖରେ ଖୋଲିଲା ଜଳଛତ୍ର
ଭେଡେନ ---- ରାଜ୍ୟରେ ଗୋଟିଏ ପଟେ ଦ୍ବିତୀୟ ଲହର କରୋନା ପ୍ରଭାବ ବିସ୍ତାର କରିଥିବା ବେଳେ ଅନ୍ୟ ପଟେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଯାହାକୁ ନେଇ ଲୋକମାନେ ଅଣନିଃଶ୍ବାସୀ ହୋଇଗଲେଣି । ଖରା ଯୋଗୁ ପାଣି ଟୋପାଏ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜର କରି ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଲାଦେର ପାଲି ଗ୍ରାମ ବାସୀ ଙ୍କ ତରଫରୁ ରାମଚଣ୍ଡି ମନ୍ଦିର ସ୍ଥମ୍ନା ରେ ଜଳଛତ୍ର ର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ କୈଲାସ ମହାରଣା, ରାମଚଣ୍ଡି ମନ୍ଦିର କମିଟୀ ର ସଭାପତି ଶ୍ରୀ ଦିବାକର ପ୍ରଧାନ, କବିୟତ୍ରୀ ମମତା ସୁସାରୀ, ଅତାବିରା ର ସମାଜସେବ କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ, ଦୁର୍ଲଭ ଗଡତିଆ ଯୋଗଦାନ କରି ଜଳଛତ୍ର କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିରେନ୍ଦ୍ର ଗଡ଼ିଆ, ବିନୋଦ ନାଏକ, ଝସକେତନ ଗଡତିଆ ପ୍ରମୁଖ ସହଯୋଗ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ, ୨୮/୪/୨୦୨୧-----୧୦,୪୫