ଡେଲାଙ୍ଗରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ
ଡେଲାଙ୍ଗ----- ପିପିଲି ଓ ଡେଲାଙ୍ଗ ବ୍ଳକରେ ଉପନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ କରୋନା ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳ ବା ବିଜେଡି ଦଳ କୌଣସି ସଭା ସମିତି ବା ର୍ୟାଲି କରିବ ନାହିଁ ବୋଲି ଘୋଷଣା କରିଛନ୍ତି । ଏହାକୁ ନଜର କରି ଡେଲାଙ୍ଗ ବିଜେଡି ମହିଳା ସଂଗଠନ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଉପନିର୍ବାଚନ ଅବସରରେ ଡେଲାଙ୍ଗ ବ୍ଳକର ହରିରାଜପୁର ଓ ଟାଙ୍ଗିଭଁସର ପୁର ଗ୍ରାମରେ ଡେଲାଙ୍ଗ ବ୍ଳକ ମହିଳା ସଭାନେତ୍ରୀ ବାସନ୍ତୀ ସାହୁଙ୍କ ତତ୍ୱବଧାନରେ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ସମ୍ପର୍କରେ ଘରେ ଥିବା ମା ମାନଙ୍କ ପାଖରେ ପହଞ୍ଚାଇଛନ୍ତି । ସେହିପରି କରୋନା ସଚେତନତା କରାଯିବା ସହ ମହିଳା ସଂଗଠନ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ମା ମାନଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବନିତା ଦାସଙ୍କ ସହିତ ଅନ୍ୟ ମହିଳା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୯/୪/୨୦୨୧---୬,୩୫