କଂଗ୍ରେସର ପ୍ରାଥୀ କିଏସେ ହେବ ତାହାକୁ ନେଇ ଚାଲିଛି ଆଲୋଚନା
ଡେଲାଙ୍ଗ ------ ପିପିଲି ଉପନିର୍ବାଚନ ତାରିଖର ଶେଷ ସମୟରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଅକାଳ ବିୟୋଗ ଘଟିଗଲା । ଯାହକୁ ନେଇ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ନିର୍ବାଚନ କମିଶନର ଦୁତୀୟ ଥର ନିର୍ବାଚନ ତାରିଖ ଘୋଷଣା କରିବା ପରେ କଂଗ୍ରେସ ଦଳକୁ ଆଉଥଲେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ସୁଯୋଗ ଦିଆଯାଇଛି । ଏବେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କିଏସେ ହେବ ତାହାକୁ ନେଇ ଅଙ୍କା କଷା ଚାଲିଛି । ଅଧିକାଂଶ କଂଗ୍ରେସ କର୍ମୀ ମାନେ ଦିବଂଗତ ଅଜିତ ମଙ୍ଗରାଜଙ୍କ ପରିବାର ତଥା ତାଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରିଥିବା ବେଳେ କିଛି କଂଗ୍ରେସ କର୍ମୀ ମାନେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ୱର ଉଠିଛି । ଯାହାକୁ ନେଇ କଂଗ୍ରେସ ମହଳରେ ଆଲେଚନା ବିମର୍ଷ ଚାଲିଥବା ବିଶେଷ ସୁତ୍ରରୁ ଜଣାପଡିଛି । କଂଗ୍ରେସର ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ନାମ ଉଠିଥିବା ବେଳେ ଆଉଜଣେ ମହିଳାନେତ୍ରୀ ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା ନିରୁପମା ପାତ୍ରଙ୍କ ନାମ ରହିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୪/୨୨୧---୫,୫୦