Breaking News

କୋଭିଡ-୧୯ ଆଇନ ଅମାନ୍ୟ ; ୩ଟି ଦେକାନ ସିଲ କଲା ସତ୍ୟବାଦୀ ପ୍ରଶାସନ


 ସାକ୍ଷୀଗୋପାଳ---- କୋଭିଡ-୧୯ ଆଇନ ନ ମାନିବାରୁ ସତ୍ୟବାଦୀ ପ୍ରଶାସନ ତିନୋଟି ଦେକାନ ସିଲ କରିଥିବା ଜଣାପଡିଛି । ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ ଓ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ସାରଙ୍ଗଯୋଡି ବଜାରରେ ଏକ ଗ୍ରୋସରୀ ଦେକାନ, ସୁଦ୍ଧବକୁଳ ଛକରେ ଥିବା ଗ୍ରୋସରୀ ଓ ପାନ ଦେକାନ ସହିତ କାଦୁଆ ଛକରେ ଏକ ପାନ ଦେକାନରେ କୋଭିଡ- ୧୯ ଆଇନ ଖିଲାପ କରିଥିବାରୁ ୩ଟି ଦେକାନ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ତହସିଲଦାର ଶ୍ରୀ ନାୟକଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୪/୨୦୨୧---୩,୫୦

Blog Archive

Popular Posts