ମାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ କଲ୍ୟାଣ ମଣ୍ଡପ ଗ୍ରାମବାସୀଙ୍କ ପାଇଁ ଉତ୍ସଗିତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ଭୀମପୁର ଗ୍ରାମର ସ୍ୱର୍ଗତ ନିଶାମଣୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ତାଙ୍କ ଫଟୋରେ ଦୀପ, ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ୱର୍ଗତ ନିଶାମଣୀ ଦେବୀଙ୍କ ସୁପୁତ୍ର ଡ. ବିଶ୍ୱନାଥ ରଥ ଗ୍ରାମରେ ଏକ କଲ୍ୟାଣମଣ୍ଡପ ନିର୍ମାଣ କରିଥିଲେ । ଆଜି ଏହି କଲ୍ୟାଣ ମଣ୍ଡପଟିକୁ ଗ୍ରାମବାସୀଙ୍କ ପାଇଁ ଉତ୍ସଗିତ କରିଛନ୍ତି । ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭାରେ ଶ୍ରୀ ରଥ ଘୋଷଣା କରିଥିଲେ ଯେ ଗ୍ରାମର ଯେ କୌଣସି ଲୋକ ମାଗଣାରେ ବ୍ୟବହାର କରି ପାରିବ । ସେଥିପାଇଁ ତାଙ୍କୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । ଏହି ଘୋଷଣା ପରେ ଗ୍ରାମବାସୀ ମାନେ ବେଶ ଖୁସି ହୋଇଥିବା ଜଣାପଡିଛି । ଗ୍ରାମରେ ବର୍ଷା ଦିନରେ ବାହାଘର , ବ୍ରତଘର, ଶୁଦ୍ଧକ୍ରିୟା ଓ ଅନ୍ୟ କାମ ପାଇଁ ଲୋକମାନେ ବହୁ ହଇରାଣ ହେଉଥିଲେ । ଏବେ ଏହି କଲ୍ୟାଣ ମଣ୍ଡପଟି ସେମାନଙ୍କୁ ବହୁତ ସହଯୋଗ କରିବ ବୋଲି ଗ୍ରାମବାସୀ ମାନେ ମତ ପ୍ରକାଶ କରିଛନ୍ତି ।
ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି, ୨୭/୪/୨୦୨୧---୮,୫୦