Breaking News

ବେରବୋଇ ଓ ଖେଲଉର ଗ୍ରାମକୁ ବିଜେଡି ପକ୍ଷରୁ ବିଶୋଧନ କରାଗଲା


 ଡେଲାଙ୍ଗ -----ରାଜ୍ୟରେ ଦ୍ୱତୀୟ ଲହରୀ କରୋନା ଯୋଗୁ ସବୁଠପ ହେବାକୁ ବସିଲାଣି । ରାଜ୍ୟ ସରକାର ଏଥିଯୋଗୁ ବିଭିନ୍ନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିସାରିଲେଣି । ବିଶେଷ କରି ପିପିଲିରେ ଉପନିର୍ବାଚନ ରହିଥିବା ବେଳେ ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପିପିଲି ନିର୍ବାଚନରେ ବିଜେଡି ଦଳ ସଭା, ସମିତି ବା ର‌୍ୟାଲି କରିବ ନାହିଁ ବୋଲି ଘୋଷଣା କରି ଇତିହାସ ସୃଷ୍ଟି କରିଛନ୍ତି । ତାଙ୍କ ନିର୍ଦ୍ଦେଶ କ୍ରମେ ଏବେ ଡେଲାଙ୍ଗ ବ୍ଳକର ବେରବୋଇ ଓ ଖେଲଉର ଗ୍ରାମକୁ ବିଜେଡି ଦଳ ପକ୍ଷରୁ ବିଶୋଧନ କରାଯାଇଛି । ବିଜେଡି ଦଳ ଲୋକ ମାନଙ୍କର ସୁରକ୍ଷା ପାଇଁ ଆଗେଇ ଆସିଛି । ବେରବୋଇ ଗ୍ରାମରେ ସାନିଟାଇଜର କରିବା ସମୟରେ ବାଙ୍କିର ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସମିତିସଭ୍ୟ ଅଭିମନ୍ୟୁ ରାଉତ, ବେରବୋଇ ବିଜେଡି  ସଭାପତି ଗୋପାଳ ସ୍ୱାଇଁ, ଭୀକାରି ପରିଡା, ସଦାଶିବ ସ୍ୱାଇଁ, ଚକ୍ରଧର ପରିଡାଙ୍କ ସହ ବେରବୋଇ ପଞ୍ଚାୟତର ବିଜେଡି ଦଳର ପର୍ଯ୍ୟବେକ୍ଷକ ସୁବାଷ ମହାରଣା, ପ୍ରମୋଦ ରାଉତରାୟ ଓ ସମାପ୍ତ ମହାନ୍ତି ପ୍ରମୁଖ ରହିଥିଲେ । ସେହିପରି ଖେଲଉର ଗ୍ରାମ ପଞ୍ଚାୟତରେ ପଞ୍ଚାୟତର ବିଜେଡି ସଭାପତି ବାମଦେବ ନାୟକ, ପ୍ରଶାନ୍ତ ମହାରଣା, ଦାମଦୋର ପରିଡା, ପ୍ରକାଶ ବେହେରା, ହିମାଶୁଂ ମୁଦୁଲି, ଦିବାକର ମୁଦୁଲି, ବାମଦେବ ବେହେରା, ତ୍ରିନାଥ ବେହେରା, ଧଡୁ ବେହେରା ପ୍ରମୁଖ ଗ୍ରାମ ବିଶୋଧନ କରିବା ସମୟରେ ଉପସ୍ଥିତ ରହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୧---୫,୩୫

Blog Archive

Popular Posts