ସତ୍ୟବାଦୀରେ ଜୋରସୋର ମାସ୍କ ଧରପଗଡ
ସାକ୍ଷୀଗୋପାଳ------ ସତ୍ୟବାଦୀର ବିଭିନ୍ନ ସ୍ଥାନରେ ପୁଲିସ ଓ ତହସିଲଦାର କରୋନା ସଚେତନତା କରାଇବା ସହ ମାସ୍କ ଧରପଗଡ କରିଛନ୍ତି । ଏପରିକି ପୁଲିସଙ୍କୁ ଦେଖି କେତେକ କରୋନା ଅମାନିଆ ପଳାଇଯାଉଥବା ବେଳେ ତାଙ୍କୁ ଧରିକି ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ୩ହଜାର ୮ ଶହ ଟଙ୍କା କରୋନା ଅମାନିଆଙ୍କ ଠାରୁ ଆଦାୟ କରାଯାଇଥବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ଆଗକୁ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ସଜାଗ ହେବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ନଚେତ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୧-----୮,୧୫