ବିନା ଭକ୍ରରେ ମାଁ ବିନ୍ଧ୍ୟବାସିନୀ ଚୈତ୍ର ପୂର୍ଣ୍ଣମୀ ପର୍ବ ଶେଷ
ଭେଡେନ ---- ରାଜ୍ଯରେ ଏବେ ଦ୍ବିତୀୟ ଲହର କରୋନା ପ୍ରଭାବ ଦେଖିବାକୁ ମିଳିଛି। ବରଗଡ଼ ଜିଲ୍ଲାର ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତରେ ଚୈତ୍ର ପୂର୍ଣ୍ଣିମୀ ଅବସରରେ ଅଧିଷ୍ଠାତ୍ରୀ ଦେବୀ ମାଁ ବିନ୍ଧ୍ୟବାସିନୀଙ୍କର ଚୈତ୍ର ପୂର୍ଣ୍ଣମୀ ଯାତ୍ରା ବିନା ଭକ୍ତ ରେ ଶେଷ ହୋଇଯାଇଛି । କେବଳ ମାଙ୍କର ନିତି କାନ୍ତି କରାଯାଇଛି। ଏଥିରେ ପ୍ରତି ବର୍ଷ ଭଳି ଏ ବର୍ଷ ପ୍ରଥମେ କବି ସୂର୍ଯ୍ୟ ପୁରୋହିତଙ୍କ ସାତ୍ତ୍ଵିକ ପୂଜା ସାମଗ୍ରୀ ମାଁ ବିନ୍ଧ୍ୟବାସିନୀ ଦେବୀ ନିକଟରେ ପୂଜା କରାଯାଇଥିଲା। ପୂଜକ ଭାବରେ ଉଦିତ ବେହେରା ପୂଜାପାଠ କରିଥିଲେ । ଏହାପରେ ମାଁଙ୍କର ତାମସିକ ପୂଜାପାଠ କରାଯାଇଥିଲା । ଏଥିରେ ଉଦ୍ଧବ ଧରେଇ ପୂଜାପାଠ କରିଥିଲେ। ସୁଚନା ଯୋଗ୍ୟ ଯେ କରୋନା ମହାମାରୀ ଦ୍ଵିତୀୟ ଲହର ଲାଗି ରହିଥିବା ଯୋଗୁଁ ବିନ୍ଧ୍ୟବାସିନୀ ପର୍ବତ ଅଂଚଳରେ ସରକାରଙ୍କ ତରଫରୁ ୧୪୪ ଧାରା ଜାରି କରାଯାଇଥିବାରୁ ଭେଡେନ ତହସିଲଦାର ଅନୀଲ କୁମାର ହୋତା ଓ ଅତିରିକ୍ତ ତହସିଲଦାର ନାରାୟଣ ଦଣ୍ଡସେନା ଥାନା ର ଆଇଆଇସି ହେମନ୍ତ ରାଓ, ଓଆଇସି ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।
ବିନ୍ଧ୍ୟବାସିନୀ ଟ୍ରଷ୍ଟ ବୋର୍ଡ ର ସଭାପତି ସତ୍ୟଜିତ ପୁରୋହିତ, ଉଦୟ ପୁରୋହିତ, ଜ୍ଞାନ ପୁରୋହିତ, ଦେବେନ୍ଦ୍ର ପୁରୋହିତ ଓ ସଂକ୍ରିଡା ସରପଞ୍ଚ ଶୁସାନ୍ତ ସାହୁ ଅନନ୍ୟା ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାରେ ଯାତ୍ରା ଶେଷ ହୋଇଥିଲା । ଗତ ବର୍ଷ ପରି ଏ ବର୍ଷ ମଧ୍ୟ ଜନସାଧାରଣଙ୍କୁ ଚୈତ୍ର ପୂର୍ଣ୍ଣିମୀରେ ମାଁ ବିନ୍ଧ୍ୟବାସିନୀଙ୍କୁ ଦର୍ଶନ ପାଇବାରୁ ବଞ୍ଚିତ ହୋଇଛନ୍ତି ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୪/ ୨୦୨୧----୯,୪୦
।