
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାରେ ସତ୍ୟବାଦୀରେ କେହି କୋଭିଡ-୧୯ ଆଇନକୁ ମାନୁ ନାହାନ୍ତି । ସତେ ଯେପରି ଏଠାରେ କରୋନା ହେବ ନାହିଁ । ନାହିଁ ମୁହଁରେ ମାସ୍କ, ନା ଅଛି ସାମାଜିକ ଦୂରତା, ନା ବଜାରରେ ଗହିଳ କମୁଛି । ଲୋକମାନେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବଜାରରେ ବୁଲୁଛନ୍ତି । ସତ୍ୟବାଦୀ ପୋଲିସ ପ୍ରଥମେ ପ୍ରଥମେ ଅମାନିଆଙ୍କୁ ଅଟକାଇ ସଚେତନତା କରାଇଲା । କୌଣସି ଲାଭ ହେଲାନାହିଁ । ଶେଷରେ ୫ଦିନ ମଧ୍ୟରେ ୪୫ଜଣ ଅମାନିଆଙ୍କୁ ଧରି ୪ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ସେହିପରି ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ଏକ ଗାଡିରେ ଦୁତୀୟ ପର୍ଯ୍ୟାୟ କରୋନାର ମୁକାବିଲା କରିବା ପାଇଁ ଜନସାଧାରଣଙ୍କୁ ସଚେତନତା କରାଇବା ଲକ୍ଷ୍ୟ କରି ପ୍ରଚାର ପ୍ରସାର କରାଇଥିଲେ । ମାତ୍ର କୌଣସି ସୁଫଳ ମିଳୁନାହିଁ । ଲୋକମାନେ କେହି ଶୁଣିବାପାଇଁ ପ୍ରସ୍ତୁତ ନୁହନ୍ତି । କୌଣସି କାମନଥିଲେ ମଧ୍ୟ ଯୁବକ ମାନେ ବଜାରରେ ନିଶା ସେବନ କରି ବୁଲୁଛନ୍ତି । ସେମାନଙ୍କ କରୋନା ଗାଇଡ ଲାଇନି ମାନୁ ନାହାନ୍ତି । ବ୍ୟବସାୟୀ ମାନେ ନିଜେ ମୁହଁରେ ମାସ୍କ ବ୍ୟବହାର କରୁଛନ୍ତି ନା ଗରାକ ମାନଙ୍କୁ ମାସ୍କ ବ୍ୟବହାର କରିବା ପାଇଁ କହୁଛନ୍ତି । କିଛି ନାହିଁ ଅଧିକାଂଶ ଦେକାନ ମାନଙ୍କରେ ୧୦ରୁ ୧୫ ଜଣ ଠିଆ ହୋଇଥବା ଦେଖିବାକୁ ମିଳୁଛି । ତୁରନ୍ତ ସତ୍ୟବାଦୀ ପୁଲିସ ,ବିଡିଓ ଓ ତହସିଲଦାର ମିଳିତ ଭାବେ ସାକ୍ଷୀଗୋପାଳ ବଜାର ଉପରେ ଚଡାଉ କରିବା ସହ ବ୍ୟବସାୟୀ ଓ ଜନସାଧାରଣଙ୍କ ଠାରୁ ଜୋରିମାନା ଆଦାୟ କରାଗଲେ କିଛି ପରିବର୍ତ୍ତନ ହୋଇ ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଆଶା କରୁଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୪/୨୦୨୧----୫, ୫୫